ଘାଟିରେ ଓଲଟିଲା ବସ୍ ୮ମୃତ,୩୦ ଆହାତ

11

ବ୍ରହ୍ମପୁର/ଦିଗପହଣ୍ଡି(ଡିଏଚ): ସମୟ ଭୋର ୩ଟାରୁ ସାଢ଼େ ୩ଟା । ତପ୍ତପାଣି ଘାଟିରେ ଓଲଟିଲା ଏକ ଘୋରଇ ବସ । ବସରେ ଚାଲିଗଲା ନିରୀହ ଯାତ୍ରୀଙ୍କ ପ୍ରାଣ । ବସ୍ ଯାତ୍ରା ହେଲା ଶେଷ ଯାତ୍ରା । କାଳ ହେଲା କୁହୁଡ଼ି। ନିଦୁଆ ଆଖି ଫିଟିବା ପୂର୍ବରୁ ଦୁର୍ଘଟଣା ସ୍ଥଳରେ ୫ଜଣଙ୍କ ଜୀବନ ଚାଲିଗଲା । କିଏ ବାପାଙ୍କୁ ହରାଇଲା କିଏ ଭାଇ ତ ଆଉ କିଏ ମା’କୁ ତ ଆଉ କିଏ ପୁଅକୁ ହରାଇଥିଲା। କୁହିଡିର ଘନ ଅନ୍ଧାରରେ ଶୁଭିଲା ଆର୍ତ୍ତ ଚିତ୍କାର । କିଛି ଜାଣିବା ପୂର୍ବରୁ ଚାଲିଗଲା ଜୀବନ ।ରାୟଗଡ଼ାର କାଶୀପୁରରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିବା ଘରୋଇ ଯାତ୍ରୀବାହୀ ବସ୍ ରାତି ପ୍ରାୟ ୩ଟା ବେଳେ ମୋହନା ବ୍ଲକ୍ ଅନ୍ତର୍ଗତ ତପ୍ତପାଣି ଘାଟିରେ ଓଲଟି ପଡ଼ିଥିଲା । ପ୍ରବଳ କୁହୁଡ଼ି ଯୋଗୁଁ ରାସ୍ତା ଅସ୍ପଷ୍ଟ ହୋଇଯାଇଥିବା କାରଣରୁ ବସ୍ଟି ଘାଟିରୁ ତଳକୁ ଖସି ପଡ଼ିଥିବା କଥା କୁହାଯାଉଛି । ରିପୋର୍ଟ ଲେଖା ହେବା ସୁଦ୍ଧା ଦୁର୍ଘଟଣାରେ ୮ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ, ୪୦ରୁ ଅଧିକ ଆହତ ହୋଇଛି
ମେଡ଼ିକାଲରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ମୃତକଂ ଜଣେ ରାୟଗଡାର ଏବଂ ଅନ୍ୟଜଣେ ପୁଟବଦଗଡର ହୋଇଥିବା ଜଣାପଡିଛି।ଅନ୍ୟ ମୃତକକଂ ପରିଚୟ ମିଳିନି। ଘଟଣାସ୍ଥଳରେ ଦିଗପହଣ୍ଡି ,ସାନଖେମୁଣ୍ଡି ,ବ୍ରହ୍ମପୁର ଅଗ୍ନିଶମ ବିଭାଗ ଏବଂ ମୋହନା ବ୍ଲକ୍ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ୟ୍ୟ ଚଳାଇଛନ୍ତି । ଗ୍ୟାସ କଟରରେ ବସର ଡୋର କାଟି ଆହତମାନଙ୍କୁ ବାହାରକୁ ଉଦ୍ଧାର କରାଯାଉଛି । ଚିକିତ୍ସା ନିମନ୍ତେ ଆହତମାନଙ୍କୁ ୩ଟି ଆମ୍ବୁଲାନ୍ସ୍ ଯୋଗେ ନିଆଯାଇ ଦିଗପହଣ୍ଡି ଏବଂ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏମକେସିଜି ମେଡ଼ିକାଲରେ ୧୨ ଜଣ ଗୁରୁତର ଆହତ ଭର୍ତ୍ତି ହୋଇଛନ୍ତି । ସେଥି ମଧ୍ୟରୁ ୩ ଜଣ ମହିଳା ଓ ଅନ୍ୟ ୯ ଜଣ ପୁରୁଷ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।ସେପଟେ ଦୁର୍ଘଟଣାଗ୍ରସ୍ତ ବସ ତଳେ ଏବେ ବି ଅନେକ ଯାତ୍ରୀ ଜୀବିତ ରହିଥିବା ଖବର ମିଳୁଛି । ସେପଟେ କାନ୍ଦବୋବାଳିରେ ଫାଟିପଡ଼ୁଛି ମେଡ଼ିକାଲ ପରିସର ।ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଗେଂ,ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରେୟ ଭାଉସାହେବ,ଗଂଜାମ ଏସପି ବ୍ରିଜେଶ ରାୟ ଘଟଣାସ୍ଥଳରେ ପହଞି ଘଟଣାର ଅନୁଧ୍ୟାନ କରୁଥିବା ବେଳେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା,ବିଜେପି ଜିଲ୍ଲା ସଭାପତି ବିଭୂତି ଜେନା ବ୍ରହ୍ମପୁର ବଡ ଡାକ୍ତରଖାନାରେ ପହଞି ଆହାତକଂ ସହ କଥା ହୋଇଛନ୍ତି ଏବଂ ମୃତକ କଂ ପରିବାରକୁଂ ସାନ୍ତ୍ବନା ପ୍ରଦାନ କରିଛନ୍ତି। ଘଟଣାରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବାସହ ମୃତକକଂ ପରିବାରକୁ ୨ଲଷ ଟକାଂ ଲେଖାଏଁ ଷତିପୂରଣ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

ADVERTISEMENT