ଗଞ୍ଜାମ ଓକିଲ ସଂଘ ବ୍ରହ୍ମପୁର ଏସପିଙ୍କ ସହ ସାକ୍ଷାତ କରି ଟ୍ରାଫିକ ସମସ୍ୟା ଆଲୋଚନା କରିଥିଲେ….

12

ବ୍ରହ୍ମପୁର,o୭/o୯(ଏଜେନସି) : ଗଞ୍ଜାମ ଓକିଲ ସଂଘର ଏକ ପ୍ରତିନିଧି ଦଳ ଆଜି ବ୍ରହ୍ମପୁର ଏସପି ପିନାକୀ ମିଶ୍ରଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି l ବିଶେଷ କରି ଗତ ୧ ତାରିଖରୁ ଟ୍ରାଫିକ ନିୟମକୁ କଡାକଡି କରାଯିବା ଓ ନିୟମ ଖିଲାପକାରି ଠାରୁ ଜୋରିମାନା ଆଦାୟ କରିବା ପ୍ରସଙ୍ଗକୁ ନେଇ ଆଇନଜୀବୀମାନେ ଏସପି ସହ ଆଲୋଚନା କରିଥିଲେ l ଓକିଲ ମାନେ କୋର୍ଟକୁ ଯିବା ସମୟରେ ହେଲମେଟ ନପିନ୍ଧିଥିଲେ ପୋଲିସ ଅଟକାଇ ଚାଲାଣ କାଟୁଛି ଏଣୁ ସେହି ନିୟମକୁ କୋହଳ କରିବା ପାଇଁ ସେମାନେ ଅନୁରୋଧ କରିଥିଲେ l ତେବେ ଏହା ପରିବହନ ବିଭାଗର ନିୟମ ଏଣୁ ସେ ସଂପର୍କରେ ଆରଟିଓଙ୍କ ସହ ଆଲୋଚନା କରିବା ପାଇଁ ଏସପି ସେମାନଙ୍କୁ ପରାମର୍ଶ ଦେଇଥିଲେ l

ADVERTISEMENT