ଦିଗପହଣ୍ଡି ପଦ୍ମନାଭପୁରରେ ସଡକ ଦୁର୍ଘଟଣା

19

ଦିଗପହଣ୍ଡି,o୭/o୯(ଏଜେନସି) : ଦିଗପହଣ୍ଡି ଥାନା ଅଧିନସ୍ଥ ପଦ୍ମନାଭପୁର ଓଡାସିଙ୍ଗି ଗ୍ରାମ ମଧ୍ୟ ରାସ୍ତାରେ ବାଇକ୍ରୁ ଖସିଯାଇ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ସେହେଲେ ଚୁଡଙ୍ଗପୁର ଗ୍ରାମର ବିଜୟ ନାୟକ । ବିଜୟ ନିଜ ବାଇକ୍ ନଂ ଓଡି ୦୭ ଜେଡ୍ ୧୦୨୯କୁ ନେଇ ଗୁହାଳପୁର ଗ୍ରାମରୁ ଦିଗପହଣ୍ଡି ଅଭିମୂଖେ ଯାତ୍ରା କରୁଥିଲେ । ବର୍ଷାରେ ରାସ୍ତା ସମ୍ପୂର୍ଣ୍ଣ ଭିଜିଯାଇ ରହିଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ବାଇକ୍ଟି ରାସ୍ତା ଉପରେ ଖସିଯାଇ ରାସ୍ତା ପାଶ୍ୱର୍ରେ ରହିଥିବା ଗାର୍ଡ ୱାଲ୍ ପାର କରି ଜମି ଭିତରକୁ ପଶିଯାଇଥିଲା । ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ADVERTISEMENT