ଇସ୍ରୋ ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଶ୍ୱାସନା :ବିଜ୍ଞାନରେ ବିଫଳତା ନାହିଁ, ଅଛି କେବଳ ପରୀକ୍ଷା

8

ବେଙ୍ଗାଲୁର,o୭/o୯(ଏଜେନସି): ବିଜ୍ଞାନରେ ବିଫଳତା ନାହିଁ, ଅଛି କେବଳ ପରୀକ୍ଷା ବୋଲି ଶନିବାର ସକାଳ ୮ଟା ବେଳେ ବେଙ୍ଗାଲୁରୁସ୍ଥିତ ଇସ୍ରୋ କଣ୍ଟ୍ରୋଲ୍‌ ରୁମ୍‌ରେ ବୈଜ୍ଞାନିକମାନଙ୍କୁ ପ୍ରଧାମନ୍ତ୍ରୀ ମୋଦୀ କହିଛନ୍ତି । ସେ ପୁଣି କହିଲେ କି, ପରୀକ୍ଷା ବିଜ୍ଞାନ ପାଇଁ ଯଥେଷ୍ଟ ନୁହେଁ । ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍‌ ବିକ୍ରମ ଅବତରଣ ବିଫଳ ହେବା ପରେ ହତୋତ୍ସାହ ହୋଇପଡ଼ିଥିବା ବୈଜ୍ଞାନିକମାନଙ୍କୁ ପ୍ରେରଣା ଦେଇ ସେ ଆହୁରି କହିଲେ କି, ମୁଁ ବୁଝିପାରୁଛି ଗତରାତିରେ ଆପଣମାନେ କି ଭଳି ମାନସିକ ସ୍ଥିତ ଦେଇ ଗତି କରିଛ। ଆପଣମାନେ ଭାରତ ପାଇଁ ହିଁ ବଞ୍ଚିଛନ୍ତି । ଭାରତର ଗୌରବ ପାଇଁ କାର୍ଯ୍ୟ କରୁଛନ୍ତି । ମୁଁ ଆପଣଙ୍କ ହତାଶା ବୁଝି ପାରୁଛି । ଏହି ପ୍ରକଳ୍ପ ନିମନ୍ତେ ଆପଣମାନେ ଅନେକ ନିଦ୍ରାହିନ ରଜନୀ ବିତାଇଛନ୍ତି । ଆମ ବୈଜ୍ଞାନିକମାନଙ୍କୁ ସମର୍ଥନ ଦେବାକୁ ଆମେ ଜାଗ୍ରତ ରହିଛୁ। ଚନ୍ଦ୍ରରେ ପହଞ୍ଚିବା ନିମନ୍ତେ ଆମର ସଙ୍କଳ୍ପ ଦୃଢ଼ତର ହୋଇଛି। ଆମେ ଖୁବ୍‌ ନିକଟତର ହୋଇଛୁ, କିନ୍ତୁ ଆଗାମୀ ସମୟରେ ଆମକୁ ଆହୁରି ଦୂର ପଥ ଅତିକ୍ରମ କରିବାକୁ ପଡ଼ିବ। ସେ କହିଲେ, ମହାକାଶ କ୍ଷେତ୍ରରେ ଆମର ପୂର୍ଣ୍ଣ ଭରସା ରହିଛି । ସର୍ବୋତ୍ତମ ସମୟ ଆସୁଛି। ନୂଆ ସୀମାନ୍ତ ଆବିଷ୍କାର କରିବାକୁ ଓ ନୂଆ ସ୍ଥାନକୁ ଯିବାର ଅଛି। ବିଶେଷ ପରିସ୍ଥିତିରେ ଆମେ ସ୍ୱାଭାବିକ ଠାରୁ ଅଧିକ ସକ୍ରିୟ ହେବା ଏବଂ ସଫଳତାର ନୂତନ ଶିଖର ଆରୋହଣ କରିବା।

ADVERTISEMENT