କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ : ୫ ଦିନିଆ ବିଦେଶ ଗସ୍ତ

19

ନୂଆଦିଲ୍ଲୀ,o୭/o୯(ରବି ଦାସ ) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତର ତୈଳ, ଗ୍ୟାସ ଓ ଇସ୍ପାତ କ୍ଷେତ୍ରର ଏକ ବ୍ୟାବସାୟିକ ପ୍ରତିନିଧି ମଣ୍ଡଳୀ ସହ ଉପସାଗରୀୟ ଦେଶ ସାଉଦିଆରବ, ୟୁଏଇ ଏବଂ କତାର ଗସ୍ତରେ ଯାଇଛନ୍ତି । ସେପ୍ଟମ୍ବର ୭ରୁ ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ପାଞ୍ଚଦିନିଆ ଗସ୍ତରେ ସେ ଏହି ତିନି ଦେଶ ସହ ତୈଳ, ଗ୍ୟାସ ଓ ଇସ୍ପାତ କ୍ଷେତ୍ରରେ ଆଲୋଚନା କରିବେ। ଏଥିସହିତ, ଆସନ୍ତା ୧୩ ତାରିଖରେ ଆବୁଧାବିଠାରେ ଅନୁଷ୍ଠିତ ହେବାକୁ ଥିବା ୮ତମ ଏସିଆନ ମିନିଷ୍ଟେରିଆଲ୍ ଏନର୍ଜି ରାଉଣ୍ଡଟେବୁଲ (ଏଏମଇଆର୍)ରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ୟୁଏଇ ଓ ଭାରତର ମିଳିତ ସହଯୋଗରେ କରାଯାଉଛି । ସୂଚନା ଅନୁସାରେ, ସାଉଦିଆରବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶକ୍ତିମନ୍ତ୍ରୀ ଏଚ.ଇ ଖଲିଦ ଏବଂ ଅଲ୍-ଫଲ୍ଲି ଓ ସାଉଦିଆରବର ତୈଳ କମ୍ପାନୀ ଅରାମକୋର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଶ୍ରୀ ପ୍ରଧାନ ହାଇଡ୍ରୋକାର୍ବନ କ୍ଷେତ୍ରରେ ସାଉଦିଆରବର ସହଯୋଗ ପାଇଁ ଆଲୋଚନା କରିବେ।

ADVERTISEMENT