ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀର ସମିତି ଗଠନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

25

ପାରଳାଖେମୁଣ୍ଡି,o୮/o୯(ପ୍ରଭାତ କୁମାର ପାତ୍ର) : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତ୍ୟେସିଣି ସମାଜ ସଭା ଗୃହ ଠାରେ ” ଗାନ୍ଧୀ-୧୫୦ତମ ଜୟନ୍ତୀର ସମିତି ଗଠନ ପାଈଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ’ରେ ଗାନ୍ଧୀ ପିସ୍ ଫାଉଣ୍ଡେସନ’ର ୯୫ ବର୍ଷ ବୟସ୍କ ସର୍ବୋଦୟ କର୍ମୀ ନିଶାକର ଦାସ , ରାଷ୍ଟ୍ରୀୟ ଯୁବା ସଂଘ’ର ରଣଜିତ୍ ଦେହୁରୀଙ୍କ ସମେତ ଉତ୍କଳ ହିତ୍ୟେସିଣି ସମାଜ’ର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ,ପ୍ରମୁଖ ଉପସ୍ଥିତ ଥିଲେ । ସର୍ବୋଦୟ କର୍ମୀ ନିଶାକର ଦାସ , ଗାନ୍ଧୀ ଜୀଙ୍କ କର୍ମମୟ ଜୀବନୀ ସମ୍ପର୍କରେ କହିଥିଲେ ଯେ , ଗାନ୍ଧିଜୀ ତାଙ୍କ ଜୀବନ କାଳରେ ଏ ଦେଶ-ସମାଜକୁ ସତ୍ୟ ଓ ଅହିଂସା ମାର୍ଗରେ ତଥା ସମତା ସର୍ବୋଦୟ ପନ୍ଥାରେ ଆଗେଇ ନେବାପାଇଁ ସ୍ବପ୍ନ ଦେଖି ଯୋଜନା ପ୍ରସ୍ତୁତ କରିଥିଲେ । ଦେଶର ଲୋକଙ୍କ ମଧ୍ୟରେ ମଣିଷ ପଣିଆ ଜନ୍ମାଇବା ପାଇଁ ଗାନ୍ଧିଜୀ ୧୪୨ ଦିନ ଧରି ଅନଶନ କରିଥିଲେ । ଯାହା ଦ୍ବାରା କି ,ବିଭିନ୍ନ ଧର୍ମ , ଭାଷାଭାଷୀ , ଜାତି ଓ ସଂପ୍ରଦାୟର ଲୋକେ ଏକାଠି ହୋଇ ସୁଦୃଢ଼ ଭାରତ ବର୍ଷ ଗଢି ପାରିବେ । ବ୍ରିଟିଶ ହୁକୁମତକୁ ସଭ୍ୟତାର ପାଠ ପଢାଇବା ଉଦ୍ଧେଶ୍ୟରେ ଗାନ୍ଧିଜୀଙ୍କୁ ୨୩୨୯ ଦିନ ଜେଲ’ରେ କଟାଇବାକୂ ପଡ଼ିଥିଲା । ତାଙ୍କ ଅହିଂସା’ର ଶକ୍ତି ଭାରତୀୟ ମାନେ ଇଂରେଜ ବିରୁଦ୍ଧରେ ଲଢ଼ି ତାଙ୍କୁ ହଟାଇବା ପର୍ଯ୍ୟନ୍ତ ସାହାସ କରି ଲଢେଇ ଜାରୀ ରଖିଥିଲେ । ଦିନରାତି ଭାରତୀୟଙ୍କ ପାଇଁ ସଂଘର୍ଷ ଜାରୀ ରଖିଥିବା ସେହି ମଣିଷ , ଅଳ୍ପ କପଡା ପିନ୍ଧି ଛୋଟ କୁଡିଆ’ରେ ଜୀବନ ବିତାଇ ଥିବା ସେହି ମଣିଷ ଜଣକ ବାସ୍ତବରେ ବହୁତ ବିଶାଳ ଥିଲେ । ଏମିତିକି , ତାଙ୍କ ଆଗେଇ ଚାଲିଥିବା ପଥରେ ସେ କେବେ ହେଲେ ଥକି ପଡ଼ି ନ ଥିଲେ କି ନଇଁ ପଡ଼ି ନ ଥିଲେ କି ଅଟକି ଯାଇ ନ ଥିଲେ । ଅକ୍ଟୋବର ୨ ତାରିଖ ଗାନ୍ଧିଜୀଙ୍କ ଜନ୍ମ ଦିନ । ସେହି ଜନ୍ମ ଦିନଠାରୁ ଆମେ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ଗାନ୍ଧୀ-୧୫୦ ‘ର ଆୟୋଜନ କରିବା । ଏଥିପାଇଁ ପ୍ରତି ବ୍ଲକ ଓ ଜିଲ୍ଲା ସ୍ତରରେ “”ଗାନ୍ଧୀ- ୧୫୦”” ସମିତି ଗଠନ କରି ଆମେ ପୁରା ବର୍ଷେ କାଳ ଗାନ୍ଧିଜୀଙ୍କୁ ସ୍ମରଣ କରିବା ଏବଂ ତାଙ୍କ ଦ୍ବାରା ପ୍ରଦର୍ଶିତ ଆଲୋକରେ ଆମର ବର୍ତ୍ତମାନ ଏବଂ ଆମ ପିଲା ମାନଙ୍କ ଭବିଷ୍ୟତକୁ ଗଢିବାର୍ ଏହାହିଁ ଉପଯୁକ୍ତ ସମୟ ବୋଲି କହିଥିଲେ ।
ଏହି ଅବସରରେ ଗଜପତି ଜିଲ୍ଲା ” ଗାନ୍ଧୀ-୧୫୦ ” ସମିତି ଗଠନ ହୋଇଥିଲା । ଏଥିରେ ସଭାପତି-ଭାରତ ଭୂଷଣ ମହାନ୍ତି ,ଉପ-ସଭାପତି-ବଟକୃଷ୍ଣ ପାତ୍ର , ସମ୍ପାଦକ- ଶିଶିର କୁମାର ଭଞ୍ଜସାମନ୍ତ , ସହ-ସମ୍ପାଦକ- ବସନ୍ତ କୁମାର ପଣ୍ଡା ଏବଂ ମହିଳା ସମ୍ପାଦକ ଭାବେ ଦୁଇଜଣ:-ମିନା କୁମାରୀ ଟହଲ ଏବଂ ମିନାକ୍ଷି ସାହୁ । ଜିଲ୍ଲା ସମିତି’ର ଉପଦେଷ୍ଠା ଭାବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଗୌର ଚନ୍ଦ୍ର ପଣ୍ଡା , ଅନାଦି ପାଣିଗ୍ରାହୀ , ବିନୋଦ ଚନ୍ଦ୍ର ଜେନା ଏବଂ ବିଚିତ୍ରା ନନ୍ଦ ବେବର୍ତ୍ତା । ସମିତି’ର ସକ୍ରିୟ ସଭ୍ୟ ଭାବେ ମୁରଲୀ ଧର ପରିଛା , ଜଗଦୀଶ ମହାପାତ୍ର , ଅରକ୍ଷିତ ପାତ୍ର ପ୍ରମୁଖ ରହିଥିବା ଜଣା ଯାଇଛି । ଆସନ୍ତା ୨୯ ତାରିଖ ଦିନ ନବ-ଗଠିତ ସମିତି’ର ଜିଲ୍ଲା ସ୍ତରୀୟ ବୈଠକ ଏହି ଉତ୍କଳ ହିତେୟିସିଣି ସମାଜ ‘ର ସଭା ଗୃହ ଠାରେ ଅନୁଷ୍ଠିତ ହେବ । ଏହି ବୈଠକରେ ପ୍ରତ୍ୟେକ ବ୍ଲକ ସ୍ତରରୁ ସମସ୍ତେ ଆସି ବ୍ଲକ ସ୍ଥର୍ କମିଟି ଗଠନ କରାଯିବ ବୋଲି କୁହା ଯାଇଛି ।

ADVERTISEMENT