ଆସିକା-ଦିଗପହଣ୍ଡି ଯାତାୟତ ସମ୍ପର୍କ ଛିନ୍ନ : ଯୁଦ୍ଧକାଳୀନ ଭିତିରେ ଚାଲିଛି ଅସ୍ଥାୟୀ ରାସ୍ତା ସଂଯୋଗୀକରଣ

19

ଦିଗପହଣ୍ଡି,o୮/o୯(ଏଜେନସି): ଲଗାଣ ବର୍ଷାରେ ବହୁପୁରୁଣା ପୋଲ ଦବି ଭାଙ୍ଗିଯିବା ଦ୍ୱାରା ସଂପ୍ରତି ଆସିକା-ଦିଗପହଣ୍ଡି ଯାତାୟତ ସମ୍ପର୍କ ଛିନ୍ନ ହୋଇଛି। ଗତ ଗୁରୁବାର ସନ୍ଧ୍ୟାରେ ଘଟିଥିବା ଏହି ଘଟଣା ପରଠାରୁ ଏହି ରାସ୍ତାରେ ଯାନବାହାନ ଚଳାଚଳ ସଂପୂଣ୍ଣ ବନ୍ଦ ଥିବା ସହିତ ସାଧାରଣ ଜୀବନ ଜାପନରେ ବାଧା ଉପୁଜୁଥିବା ଲକ୍ଷ କରାଯାଇଛି। ଏହି ସ୍ଥିତିରେ ଜରୁରୀକାଳୀନ ଭିତ୍ତିରେ ଜାତୀୟ ରାଜପଥ ବିଭାଜନ ପାରଳାଖେମୁଣ୍ଡି ନିର୍ବାହୀଯନ୍ତ୍ରୀ ଶ୍ରୀ ଅଶୋକ କୁମାର ଦାସଙ୍କ ତତ୍ୱାବଧାନରେ କନିଷ୍ଠ ଯନ୍ତ୍ରୀ ଗୌର ପ୍ରସାଦ ସେଠି ଏବଂ ଶେରଗଡ ଜାତୀୟ ରାଜପଥ ସେକ୍ସନ କନିଷ୍ଠ ଯନ୍ତ୍ରୀ ପାର୍ଥ ସାରଥୀ ପ୍ରୟାଗରାଜ ପ୍ରମୁଖ ଉପସ୍ଥିତ ରହି ଜରୁରୀକାଳୀନ ଭିତ୍ତିରେ ଉକ୍ତ ପୋଲ ପାର୍ଶ୍ଵରେ ଅସ୍ଥାୟୀ ସଂଯୋଗ ରାସ୍ତା ନିର୍ମାଣ ଉଠିଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ପୋଲ ଭାଙ୍ଗିବା ମୁହୂର୍ତ୍ତରୁ ଖବରପାଇ ଗୁରୁବାର ରାତିରେ ଘଟଣା ନିର୍ବାହୀଯନ୍ତ୍ରୀ ପହଞ୍ଚିଥିଲେ। ସିମେଣ୍ଟ, ହୋମପାଇପ, ବାଲି ବସ୍ତା ପ୍ରସ୍ତୁତି କରାଯାଇ ୨୫ ଫୁଟ ଖାଲୁଆ ଜାଗାକୁ ୧୦ମିଟରରେ ସଂଯୋଗ ରାସ୍ତା ଆସନ୍ତାକାଲି ରବିବାର ସୁଦ୍ଧା ସମ୍ପୂର୍ଣ୍ଣ କରି ୩୨୬ ଜାତୀୟ ରାଜପଥ ଆସିକା-ଦିଗପହଣ୍ଡି ଯୋଗାଯୋଗ ସ୍ୱଭାଭିକ କରାଯିବାକୁ ଜୋରଦାର ପ୍ରସ୍ତୁତି ଚଳାଇଥିବା ନିର୍ବାହୀଯନ୍ତ୍ରୀ ଶ୍ରୀ ଅଶୋକ କୁମାର ଦାସ ଆମ ପ୍ରତିନିଧିଙ୍କୁ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି।

ADVERTISEMENT