ଇଣ୍ଡିଆନ ଏନର୍ଜି କଂଗ୍ରେସ ଉଦ୍‌ଘାଟିତ : ‘ଶକ୍ତି ସଂରକ୍ଷଣ ଓ ବିକାଶ ଏହାର ମୂଳ ଲକ୍ଷ୍ୟ’

24

କଟକ,o୮/o୯(ଏଜେନସି) : ଯୋବ୍ରାସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଇନ୍‌ଫରମେସନ ଟେକ୍ନୋଲୋଜି (ଆଇଏମ୍ଆଇଟି) ସମ୍ମିଳନୀ କକ୍ଷରେ ଇଣ୍ଡିଆନ ଏନର୍ଜି କଂଗ୍ରେସ ଉଦ୍‌ଘାଟିତ ହୋଇଛି । ଯୁକ୍ତରାଷ୍ଟ୍ର ଆମେରିକାର ପ୍ରସିଦ୍ଧ ଏରିକ୍ସନ କମ୍ପାନିର ବୈଷୟିକ ମୁଖ୍ୟ ଡକ୍ଟର ସୁକାନ୍ତ କୁମାର ମହାପାତ୍ର ଏହାକୁ ଉଦ୍‌ଘାଟନ କରିଥିଲେ। ଇଣ୍ଡିଆନ ଏନର୍ଜି କଂଗ୍ରେସର ସଭାପତି ଡକ୍ଟର ଇଞ୍ଜିନିୟର ପ୍ରଭାକର ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ମହାନ୍ତି, ଓଡ଼ିଶା ଜଳ ବିଦ୍ୟୁତ ନିଗମ ନିର୍ଦ୍ଦେଶକ ଇଞ୍ଜିନିୟର ସଞ୍ଜିବ କୁମାର ତ୍ରିପାଠୀ, ବାଙ୍ଗାଲୋରସ୍ଥିତ କେନ୍ଦ୍ରୀୟ ଶକ୍ତି ଗବେଷଣା ସଂସ୍ଥାନ ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ତ୍ରିପାଠୀ ଯୋଗ ଦେଇଥିଲେ। ସମାରୋହକୁ ଉଦ୍‌ଘାଟନ କରି ମୁଖ୍ୟ ଅତିଥି ଡକ୍ଟର ମହାପାତ୍ର ସାଂପ୍ରତିକ ବିଦ୍ୟୁତ ଶକ୍ତିର ଉତ୍ପାଦନ, ପରିବହନ ଓ ବଣ୍ଟନର ଚିତ୍ରକୁ ସ୍ପଷ୍ଟ କରିବା ସହିତ ଶକ୍ତି ସଂକଟର ବିଭିନ୍ନ କାରଣ ବିଷୟରେ ଆଲୋକପାତ କରିବା ସହ ଭାରତୀୟ ଏନର୍ଜି କଂଗ୍ରେସ ଭାରତର ଶକ୍ତି ସମସ୍ୟାର ସମାଧାନ ଦିଗରେ ନେତୃତ୍ବ ନେବ ବୋଲି କହିଥିଲେ। ସଭାପତି ଡକ୍ଟର ଇଞ୍ଜିନିୟର ସ୍ବାଇଁ ତାଙ୍କ ଅଭିଭାଷଣରେ ଇଣ୍ଡିଆନ ଏନର୍ଜି କଂଗ୍ରେସର ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ। ଦିଲ୍ଲୀରୁ ସୃ‌‌‌‌ଷ୍ଟି ହୋଇଥିବା ଇଣ୍ଡିଆନ ସାଇନ୍‌ସ କଂଗ୍ରେସ ଓ ଇଣ୍ଡିଆନ ରୋଡ କଂଗ୍ରେସ ଦେଶର ବିଜ୍ଞାନ ଓ ନିର୍ମାଣ କ୍ଷେତ୍ରରେ ଯେପରି ଉଲ୍ଲେଖନୀୟ କାର୍ଯ୍ୟ କରୁଛି, ସେହିଭଳି ଏନର୍ଜି କଂଗ୍ରେସ ଦେଶରେ ଶକ୍ତି ସଂରକ୍ଷଣ ଓ ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସଭାପତି ଡକ୍ଟର ସ୍ବାଇଁ ମତବ୍ୟକ୍ତ କରିଥିଲେ ।

ADVERTISEMENT