ଦିଗପହଣ୍ଡିରେ ନକଲି ମଦ କାରଖାନା ଠାବ, ୪ ଅଟକ

20

ଦିଗପହଣ୍ଡି,o୮/o୯(ଏଜେନସି) : ଗତ ଏକ ସପ୍ତାହ ମଧ୍ୟରେ ଦିଗପହଣ୍ଡି ଥାନା ଅଧିକାରୀ ଶ୍ରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ବେଆଇନ ମଦ ଦୋକାନ ମାନଙ୍କରେ ଧରପଗଡ କରାଯାଇ ବିପୁଳ ପରିମାଣର ଜବତ କରାଯିବା ସହିତ ନିଶାବେପାରୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛନ୍ତି । ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ରାତିରେ ଦିଗପହଣ୍ଡି ଥାନା ଅଧିକାରୀ ବୀରପଟଣା ଗାଁରେ ଥିବା ଏକ କୁକୁଡ଼ା ଫାର୍ମ ଉପରେ ଚଢାଉ କରି ସେଠାରୁ ୪୬ଟି କାର୍ଟୁନରେ ଭର୍ତି ହୋଇଥିବା ୨୦୨୮ଟି ନକଲି ବିଦେଶୀ ମଦ ବୋତଲ,୩୬୪ଟି ପ୍ରିପେର ଜାର, ୨୮୦ ଲିଟର ସ୍ପିରିଟ, ମେସିନ, ୨ବସ୍ତା ଲେବୁଲ, ୨ବସ୍ତା ଖାଲି ବୋତଲ, ୧୦ବସ୍ତା ଠିପି, ବହୁଳ ପରିମାଣରେ ମଦ ତିଆରି ସାମଗ୍ରୀ ଜବତ କରିଛନ୍ତି । ଘଟଣାରେ ୪ଜଣଙ୍କୁ ଅଟକ ରଖିବା ସହ ମଦ ବୋଝେଇ ଏକ ଅଟୋକୁ ବି ଜବତ କରାଯାଇଛି । ପୋଲିସ ପକ୍ଷରୁ ଥାନା ମାମଲା ନଂ.୧୭୫/୧୯ ଅନୁଯାୟୀ ମୋକଦ୍ଦମା ରୁଜୁ କରାଯାଇଛି।

ADVERTISEMENT