ଜଳ ବନ୍ଦିରେ ବ୍ରହ୍ମପୁର ଉପଖଣ୍ଡ

8

ବ୍ରହ୍ମପୁର,o୮/o୯(ଇ.ରଞ୍ଜନ) : ଉତ୍ତର- ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦୁଇଦିନ ଧରି ହୋଇଥିବା ଲଗାଣ ବର୍ଷାରେ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଛି । ଏଥିରୁ ବାଦ ପଡିନି ସହରତଳି ଅଞ୍ଚଳ । ଲୋଚାପଡା ପଞ୍ଚାୟତ ଓ କୁକୁଡାଖଣ୍ଡି ବ୍ଲକ ଶକ୍ତିନଗର ଅଞ୍ଚଳରେ ସଙ୍ଗିନ ସ୍ଥିତି ଦେଖିବାକୁ ମିଳିଥିଲା। ଦୁଇଦିନ ବର୍ଷାରେ ଶକ୍ତିନଗର ପ୍ରଥମ ଗଳି ଏକ୍ସଟେନଶନ ଅଞ୍ଚଳର ମୁଖ୍ୟରାସ୍ତା ଜଳମଗ୍ନ ହୋଇଛି। ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ବାହାର ନର୍ଦ୍ଦମା ମିଶା ଜଳ ଅନେକ ଘରେ ପଶିଥିବା ଅଭିଯୋଗ ହୋଇଛି । ଡ୍ରେନ୍‌ ନିର୍ମାଣ ପାଇଁ ବହୁବାର ଉଭୟ ବ୍ଲକ ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସମସ୍ୟା ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଅଞ୍ଚଳାବସୀଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିବା ସେମାନେ କହିଛନ୍ତି। ତୁରନ୍ତ ଏହାର ସ୍ଥାୟୀ ସମାଧାନ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ADVERTISEMENT