ଚୀନର ଉହାନ ସହରରେ ଅଟକି ରହିଥିବା ଭାରତୀୟଙ୍କୁ ଉଦ୍ଧାର

19
Image: dunihalchal

ନୁଆଦିଲ୍ଲୀ, ୧୫/୨(ଡିଏଚ) : ନୋଭେଲ କରୋନା ଭୂତାଣୁ ପ୍ରଭାବିତ ଚୀନର ଉହାନ ସହରରେ ଅଟକି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିଥିବା ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

ଏହି ଉଦ୍ଧାର କାର୍ୟ୍ୟରେ ସାମିଲ ଥିବା ଦଳର ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଏକ ପ୍ରଶଂସାପତ୍ର ଜାରି କରିଛନ୍ତି । ଏହି ପ୍ରଶଂସାପତ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଉଦ୍ଧାରକାରୀ ବିମାନରେ ଥିବା କର୍ମଚାରୀମାନଙ୍କୁ ଦିଆଯିବ ।

ବ୍ୟାପକ ମାତ୍ରାରେ ବ୍ୟାପୁଥିବା ନୋଭେଲ କରୋନା ଭୂତାଣୁ ଫ୍ଲୁର କେନ୍ଦ୍ରସ୍ଥଳୀ କୁହାଯାଉଥିବା ଉହାନ ସହରରେ ଏୟାର ଇଣ୍ଡିଆ ପକ୍ଷରୁ ଜରୁରିକାଳୀନ ଉଦ୍ଧାର କାର୍ୟ୍ୟ କରାଯାଇଥିଲା ।

ସେଠାକାର ଅତ୍ୟନ୍ତ ଜଟିଳ ପରିସ୍ଥିତି ସମ୍ପର୍କରେ ଅବଗତ ଥାଇ ସୁଦ୍ଧା ଏୟାର ଇଣ୍ଡିଆ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଟିମ ଲଗାତାର ଦୁଇ ଦିନ, ୩୧ ଜାନୁଆରୀ ଓ ୧ ଫେବୃଆରୀ ୨୦୨୦ରେ ଏୟାର ଇଣ୍ଡିଆର ୨ଟି ବି-୭୪୭ ବିମାନ ଜରିଆରେ ଭାରତୀୟଙ୍କୁ ଉଦ୍ଧାର କରିଥିଲା ।

ADVERTISEMENT