ଇସ୍ରୋର ମୁଖ୍ୟ କେ. ଶିବନ : ମିଳିଲା ଲ୍ୟାଣ୍ଡର ‘ବିକ୍ରମ’ର ସନ୍ଧାନ

12

ନୂଆଦିଲ୍ଲୀ,o୮/o୯(ରବି ଦାସ ) : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋର) ମୁଖ୍ୟ କେ. ଶିବନ ଭାରତ ପାଇଁ ଏକ ଖୁସି ଖବର ଦେଇଛନ୍ତି। ରବିବାର ଲ୍ୟାଣ୍ଡର ‘ବିକ୍ରମ’ର ସନ୍ଧାନ ମିଳିଥିବା ସେ ସୂଚନା ଦେଇଛନ୍ତି । ଚନ୍ଦ୍ରୟାନ-୨ର ଅର୍ବିଟରରେ ଲାଗିଥିବା ଅପ୍ଟିକାଲ ହାଇ ରିଜୋଲ୍ୟୁଶନ କ୍ୟାମେରା ବିକ୍ରମ ଲ୍ୟାଣ୍ଡର ଏକ ଫଟୋ ନେଇଥିବା ସେ କହିଛନ୍ତି। ତେବେ ଏହାସହ ଯୋଗାଯୋଗ ହୋଇ ପାରୁ ନ ଥିବା ବେଳେ ଖୁବ୍‌ଶୀଘ୍ର ଏହାସହ ଯୋଗାଯୋଗ ହେବ ବୋଲି ସେ କହିଛନ୍ତି। ଶିବନ କହିଛନ୍ତି ବିକ୍ରମର ସ୍ତିତି ଜାଣିବାକୁ ତିନି ଦିନ ଲାଗିବ, ଯେଉଁ ସ୍ଥାନରେ ବିକ୍ରମ ସହିତ ସମ୍ପର୍କ ଚ୍ଛିନ୍ନ ହେଲା, ସେଠାରେ ଅର୍ବିଟରକୁ ପହଞ୍ଚିବା ଲାଗି ୩ ଦିନ ସମୟ ଲାଗିବ।

ADVERTISEMENT