ବରିଷ୍ଠ ସାମ୍ବାଦିକ ଗିରିଷ କୁମାର ପାଢୀଙ୍କ ଅକାଳ ବିୟୋଗ

12

ବ୍ରହ୍ମପୁର,o୮/o୯(ଇ.ରଞ୍ଜନ) : ଗଂଜାମ ଜିଲ୍ଲାର ଜଣାଶୁଣା ସାମ୍ବାଦିକ ଦୈନିକ ସମୟ ଓ ପ୍ରମୟର ସବଡିଭିଜିନାଲ ପ୍ରତିନିଧି ଗିରିଷ କୁମାର ପାଢୀଙ୍କ ଆଜି ପୂର୍ବାଂନ ଚାରିଟା ବେଳେ ବୁଗୁଡା ଅରବିନ୍ଦ ନଗର ସ୍ଥିତ ବାସଭବନରେ ପରଲୋକ ହେଇଯାଇଛି । ମୁର୍ତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହେଇଥିଲା। ଶ୍ରୀ ପାଢ଼ୀ ଜଣେ ନିର୍ଭୀକ ଓ ସାଲିଶ ବିହିନ ସାମ୍ବାଦିକ ଭାବେ ପରିଚିତ ଅଟନ୍ତି। ମୁର୍ତ୍ୟୁ ଖବର ପ୍ରଚାରିତ ହେବା ପରେ ଶୋକର ଛାୟା ଖେଳିଯାଇଛି। ମୁର୍ତ୍ୟୁ ଖବର ପାଇବା ପରେ ବୁଗୁଡା ଅଂଚଳ ର ବିଭିନ୍ନ ସାମ୍ବାଦିକ ଓ ରାଜନୀତିକ ନେର୍ତୁବୃନ୍ଦ ତାଙ୍କ ବାସ ଭବନରେ ପହଂଚି ଶେଷ ଦର୍ଶନ କରିଛିନ୍ତି । ଜାତୀୟ ସାମ୍ବାଦିକ ୟୁନିଅନର ଓଡ଼ିଶା ଶାଖା ସଭାପତି ଶ୍ରୀ ରବି ରଥ ପାଢ଼ୀ ଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ଜଣେ ନିର୍ଭୀକ,ନିଷ୍ଠାପର ସାମ୍ବାଦିକଙ୍କୁ ହରାଇଲା ବୋଲି କହି ଶୋକ ସଂତପ୍ତ ପରିବାରଙ୍କୁ ସଂବେଦନା ଜଣାଇଛନ୍ତି।

ADVERTISEMENT