ଦିଗପହଣ୍ଡି ଅଞ୍ଚଳରେ କବାଟ ଭାଙ୍ଗି ଦୁଇଟି ଘରୁ ଚୋରି : ଦୁର୍ବୃତ୍ତଙ୍କ ଦୋରାତ୍ମ୍ୟ ବଢ଼ିବାରେ ଲାଗିଛି

20

ଦିଗପହଣ୍ଡି,o୮/o୯(ଏଜେନସି ) : ଦିନକୁ ଦିନ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅଞ୍ଚଳରେ ଚୋରମାନଙ୍କ ଦୋରାତ୍ମ୍ୟ ବଢ଼ିବାରେ ଲାଗିଛି । ଏଥିସହ ଚୋରମାନେ ଦିଗପହଣ୍ଡି ପୋଲିସକୁ ଏକ ଚାଲେଞ୍ଜ କରୁଥିବା ଭଳି ଜଣାପଡିଛି । ଖବରପ୍ରକାରେ , ଶନିବାର ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା କଇଠଖଣ୍ଡି ପଞ୍ଚାୟତ ଚକାତେନ୍ତୁଳି ଗ୍ରାମର ମେଇନ ରୋଗରେ ବାସ କରୁଥିବା ଦିବାକର ବିଷୋୟୀ ଘରୁ ୧ ତୁଳାଭରି ସୁନା ,୫ ତୁଳା ରୂପା ଓ ନଗଦ ୨୫ ହଜାର ଏବଂ ବୃନ୍ଦାବନ ସାହୁଙ୍କ ଘରୁ ସୁନା ମୁଦି, ନଗଦ ୨୨ ହଜାର ଟଙ୍କା ସହ କିଛି ପିତ୍ତଳ ଜିନିଷ ଚୋରି କରି ନେଇଥିବା ଜଣାପଡିଛି । ଚୋରମାନେ ପୂର୍ବ ଯୋଜନା ଅନୁସାରେ ଉଭୟଙ୍କ ଘରର ବାରିପଟେ ଥିବା କବାଟ ତାଡ଼ି ଘରେ ପଶି ଲୁହା ଟ୍ରଙ୍କ ପେଢି ଭାଙ୍ଗି ଚୋରି କରିଥିବା ଖବର ମିଳିଛି । ରବିବାର ସକାଳୁ ଉଭୟ ପରିବାର ଏହାଦେଖି ଦିଗପହଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ ଚକାତେନ୍ତୁଳି ଗ୍ରାମରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

ADVERTISEMENT