ତାମିଲିସାଇ :ତେଲେଙ୍ଗାନା ରାଜ୍ୟପାଳ ଭାବେ ଶପଥ ନେଲେ

ହାଇଦ୍ରାବାଦ,o୮/o୯(ଏଜେନସି ) : ତାମିଲିସାଇ ସୁନ୍ଦରରାଜନ ରବିବାର ତେଲେଙ୍ଗାନା ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ପେଶାରେ ତାମିଲିସାଇ ଜଣେ ଡାକ୍ତର ହୋଇଥିବା ବେଳେ ସେ ତେଲେଙ୍ଗାନାର ପ୍ରଥମ ମହିଳା ରାଜ୍ୟପାଳ ହେବେ। ତେବେ ରବିବାର ତେଲେଙ୍ଗାନାର ରାଜ୍ୟପାଳ ଭାବେ ତାମିଲିସାଇଙ୍କୁ ତେଲେଙ୍ଗାନା ହାଇ କୋର୍ଟର ମୁଖ୍ୟ ବିଚାରପତି ରାଘବେନ୍ଦ୍ର ସିଂ ଚହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାମିଲିସାଇଙ୍କୁ ତେଲେଙ୍ଗାନା ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ ।

ADVERTISEMENT