ଶହେ ଦିନିଆ ରିପୋର୍ଟ କାର୍ଡ ପରେ ଭାଜପାକୁ ଟାର୍ଗେଟ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,o୮/o୯(ରବି ଦାସ ) : ଭାଜପା ସରକାର ଶହେ ଦିନ ପୂରଣ କରିବା ଅବସରରେ ଏହାର ଏକ ରିପୋର୍ଟ କାର୍ଡ ରବିବାର ପ୍ରଦାନ କରିଛି। ଏହି ରିପୋର୍ଟ କାର୍ଡରେ ମୋଦି ସରକାରଙ୍କ ସଫଳତା ବଖାଣିଛନ୍ତି ମନ୍ତ୍ରୀ। ହେଲେ ଏବେ ଏହାକୁ ନେଇ ବିରୋଧୀ ଭାଜପାକୁ ଟାର୍ଗେଟ କରିଛି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ମୋଦି ସରକାରଙ୍କ ପାଇଁ ଆଜି ଦେଶର ଅର୍ଥ ବ୍ୟବସ୍ଥା ବିଗିଡି ଯାଇଛି। ବେରୋଜଗାର ବଢିଥିବା ବେଳେ ବ୍ୟବସାୟରେ ମାନ୍ଦାବସ୍ଥା ଦେଖାଦେଇଛି । ନିଜର ମିଛ ପ୍ରଚାର ପ୍ରସାର ଜାରି ରଖିଛି ଭାଜପା ବୋଲି ସେ କହିଛନ୍ତି। ଆଉ ଯେତେବେଳେ ଦେଶ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ସେତେବେଳେ ସରକାର ଚୁପ୍‌ ବସିବା ଦେଶ ପାଇଁ କେତେ କ୍ଷତିକାରକ ତାହା ସହଜରେ ଅନୁମାନ କରି ହେଉଛି ବୋଲି ପ୍ରିୟଙ୍କା କହିଛନ୍ତି । ପ୍ରିୟଙ୍କା ଏହାକୁ ନେଇ ଟୁଇଟ୍‌ କରିବା ସହ ଦେଶର ଆର୍ଥିକ ପରିସ୍ଥିତି ପାଇଁ ଭାଜପା ଦାୟୀ କରିଛନ୍ତି।

ADVERTISEMENT