ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମିତ ରାସ୍ତା ଅତି ନିମ୍ନ ମାନର

15

ଫୁଲବାଣୀ,o୯/o୯(ସୁରେଶ କୁମାର ପଣ୍ଡା ) : କନ୍ଧମାଳ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିମ୍ନ ମାନର କାମ ଦେଖି ଲୋକଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ବାରଖମା ଠାରୁ ଡାକା ରାସ୍ତା ଏହି ରାସ୍ତା ପିଚୁ ପଡ଼ିବାର ଚାରି ମାସ ହୋଇନି ଏହା ଉଠି ଗଲାଣି ଲୋକଙ୍କ କହିବା ଅନୁସାରେ ଯେତିକି ପରିମାଣରେ ପିଚୁ ପଡିବା କଥା ସେ ଅନୁସାରେ ହୋଇନାହିଁ । ଏହି କାମକୁ ସ୍ଥାନୀୟ ଗ୍ରାମବାସୀ ଓ ସରପଞ୍ଚ ତୀବ୍ର ବିରୋଧ କରିବା ସହ ଏହିପ୍ରକାର କନ୍ଧମାଳ ଜିଲ୍ଲାରେ ବହୁତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ହୋଇଛି । ହେଲେ ବର୍ତ୍ତମାନ ସୁଦ୍ଧା ଅନ୍ୟ ରାସ୍ତାଗୁଡିକ କୌଣସି କ୍ଷତି ହୋଇନାହିଁ ଏହି କାମକୁ ଅନ୍ୟ ରାଜ୍ୟର ଠିକାଦାର ଆସି କାମ କରୁଥିବାରୁ ନିମ୍ନମାନର ହେଉଛି ବୋଲି ଅଭଯୋଗ ହେଉଛି । ପ୍ରଶାସନଙ୍କୁ ମଧ୍ୟ୍ୟ ଏହା କହିବାରୁ ଏହାର କୌଣସି ପଦକ୍ଷେପ ନେଇନାହାନ୍ତି । ଏହି ରାସ୍ତା ବାଲିଗୁଡାରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଏନବିସିସି ଇଣ୍ଡିଆ ଲିମିଟେଡ଼ ତଦାରଖ କରୁଛି । ଏହା ପରେ ଆମେ ଯାଇଥିଲୁ ବାଲିଗୁଡା ଠାରୁ ପାଞ୍ଚ କିଲୋମିଟର ଏନଏଚ ୨୧୭ଠାରୁ ବଲମପଦର ରାସ୍ତା ଯାଇ ଦେଖିଥିଲୁ ସେଠାରେ ମଧ୍ୟ୍ୟ ସେହି ଅଭିଯୋଗ ଏହି ୨ ରାସ୍ତାର ଠିକାଦାର ରାଜେଶ କନଷ୍ଟ୍ରକସନ ଓ ଭଗବତୀ କନଷ୍ଟ୍ରକସନ ଅଟନ୍ତି । ଏହି ରାସ୍ତା କାମ ଠିକ କରା ନ ଗଲେ ଆଗମି ଦିନରେ ଆନ୍ଦୋଳନ କରାଯିବ ବୋଲି ବୁଦ୍ଧିଜୀବି ମହଲରେ ପ୍ରକାଶ ପାଇଛି ।

ADVERTISEMENT