ରାଜମହଲ ଛକରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ପରେ : ପୋଲିସ ଗାଡ଼ିର ତଥ୍ୟ ଓ୍ବେବ୍‌ସାଇଟ୍‌ରେ ରହିବ

11

ଭୁବନେଶ୍ୱର,o୯/o୯(କୁନା ପ୍ରଧାନ) : ପୋଲିସ ଗାଡ଼ିର କାଗଜପତ୍ର ଠିକ୍‌ ନ ଥାଇ ଲୋକଙ୍କଠାରୁ ୧୦ଗୁଣା ଜରିମାନା ଆଦାୟ କରାଯାଉଛି। ଏହାକୁ ଲୋକେ ସହଜରେ ଗ୍ରହଣ କରୁ ନ ଥିବାବେଳେ ଶନିବାର ରାଜମହଲ ଛକରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ହୋଇଥିଲା। ଲୋକେ ଥାନା ଭ୍ୟାନକୁ ଭଙ୍ଗାରୁଜା କରିବା ସହ ପୋଲିସକୁ ମାଡ଼ ମାରିଥିଲେ। ଏଥିସହ ସହରର ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖାଦେଇଥିଲା। ଏ ସଂକ୍ରାନ୍ତରେ ରବିବାର ଟ୍ବିନ୍‌ ସିଟିର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସ୍ପଷ୍ଟୀକରଣ ରଖିଛନ୍ତି। କମିଶନର କହିଛନ୍ତି, ପୋଲିସ ବିଭାଗର ସମସ୍ତ ଗାଡ଼ି ଏସ୍‌ପି ପିଏମ୍‌ଟିଙ୍କ ଜରିଆରେ କିଣାଯାଇଛି। କୌଣସି ଗୋଟିଏ ବି ଗାଡି ବେଆଇନ ଭାବେ ଚଲାଯାଉ ନାହିଁ।

ଭୁବନେଶ୍ୱେର-କଟକ ପୋଲିସ ଓ୍ବେବ୍‌ସାଇଟ୍‌(www.bhubaneswarcuttackpolice.gov.in)ରେ ପୋଲିସ ଗାଡ଼ିର ସମସ୍ତ ତଥ୍ୟ ରହିଛି। ସେହିଭଳି ଓ୍ବେବ୍‌ସାଇଟ୍‌ www.vahan.nic.inରେ ମଧ୍ୟ ରାଜ୍ୟରେ ଚାଲୁଥିବା ସମସ୍ତ ପୋଲିସ ଗାଡିର ଟିକନିଖି ତଥ୍ୟ ରଖାଯାଇଛି। ଲୋକେ ଚାହିଁଲେ ସବୁକିଛି ତଥ୍ୟ ସେଥିରୁ ଦେଖିପାରିବେ ବୋଲି ପୋଲିସ କମିଶନର କହିଛନ୍ତି ।

ADVERTISEMENT