ଟ୍ରୁଚି ଗାଁରେ ହରିନାମ ସଂଙ୍କିତନ

6

କଳାହାଣ୍ଡି,୨/୨(ଡି.ଏଚ୍): ଟ୍ରୁଚି ଗାଁରେ ହରିନାମ ସଂଙ୍କିତନରେ ପୁରୀ ଉଠୁଛି l ଚଳଚଞ୍ଚଳ ପରିବେଶ ଦେଖିବାକୁ ମିଳୁଛି କଳାହାଣ୍ଡି ଜିଲ୍ଲା, ମ .ରାମପୁର ବ୍ଳକ ଅଧୀନରେ ଥିବା ଟ୍ରୁଚି ଗାଁରେ l ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଷୋହଳ ପ୍ରହର ନାମ ଯଜ୍ଞ ଆରମ୍ଭ ହୋଇଥିବା ବେଳେ ଯଜ୍ଞ କର୍ତ୍ତା ଦାୟିତ୍ଵରେ କୌତିକ ସାହୁ ଓ ତାଙ୍କ ଧର୍ମ ପତ୍ନୀ ବୈଦେହୀ ସାହୁ ରହିଥିବା ଜଣାପଡିଛି l ଏହି କାର୍ଯ୍ୟରେ ଟ୍ରୁଚି ଓ ଲକ୍ଷ୍ମୀ ପୂଜା କମିଟିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିବା ଗ୍ରାମ ବାସି କହିଛନ୍ତି l ହରିନାମ ଶ୍ରବଣ କରିବା ପାଇଁ ଆଖପାଖ ଅଞ୍ଚଳର ହଜାର ହଜାର ଲୋକଙ୍କ ଭିଡ ଲାଗି ରହିଛି l

ADVERTISEMENT