ଜେଟଲୀଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରିବ ଭାଜପା

22

ନୂଆଦିଲ୍ଲୀ,o୯/o୯(ରବି ଦାସ ) : ଭାଜପା ପକ୍ଷରୁ ମଙ୍ଗଳବାର ଅରୁଣ ଜେଟଲୀଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯିବ। ଜବାହରଲାଲ ନେହେରୁ ଷ୍ଟାଡିୟମର ଓ୍ବେଟ୍‌ ଲିଫଟିଙ୍ଗ ହଲ୍‌ରେ ଏହାର ବ୍ୟବସ୍ଥା କରାଯାଇଛି। ଏହା ସନ୍ଧ୍ୟା ୪ଟାରୁ ୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନ୍ୟ ନେତାମାନେ ମଧ୍ୟ ଯୋଗଦେବେ। ସୂଚନାଯୋଗ୍ୟ, ବହୁ ଦିନର ଅସୁସ୍ଥତା ପରେ ବରିଷ୍ଠ ଭାଜପା ନେତା ଅରୁଣ ଜେଟଲୀଙ୍କର ଅଗଷ୍ଟ ଗତ ୨୪ରେ ପରଲୋକ ହୋଇଥିଲା। ଏଥିରେ ବିଚାର ମଞ୍ଚର ସଦସ୍ୟ, ସଂଘ ପରିବାର, ମାର୍ଗ ଦର୍ଶକ ମଣ୍ଡଳ ଓ ଭାଜପା ରାଷ୍ଟ୍ରୀୟ କାର୍ଯ୍ୟ ସମିତିର ସଦସ୍ୟଙ୍କୁ ନିମନ୍ତ୍ରିତ କରାଯାଇଛି। ସନ୍ଧ୍ୟା ୬ଟା ୧୫ରେ ମୋଦି ତାଙ୍କ ଶ୍ରଦ୍ଧାଞ୍ଜଳି ବକ୍ତବ୍ୟ ପ୍ରଦାନ କରିବେ।

ADVERTISEMENT