କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ହାଇସ୍କୁଲରେ ୨୭୩ ପିଲା ଥିବାବେଳେ ମାତ୍ର ୩ଗୋଟି ଶିକ୍ଷକ

58

ଫୁଲବାଣୀ,o୯/o୯(ବାଳକୃଷ୍ଣ ପାଢି) : ହାଇସ୍କୁଲର ହିନ୍ଦୀ,ଚିତ୍ରାଙ୍କନ,କଳା ବିଭାଗର ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ଗୋଟିଏ ପିଅନ ପଦବୀ ବି ଖାଲି ରହିଛି l ଏଣୁ ସାରଂଗଡ଼ ହାଇସ୍କୁଲର ପୁରାତନ ଛାତ୍ର ସଂଘର ଏକ ଜରୁରୀ ବୈଠକ ଶନିବାର ଦିନ ହୋଇଥିଲା l ଏଥିରେ ଆଲୋଚନା ହୋଇଥିଲା ଯେ , ଶିକ୍ଷକ ପଦବୀ ପୂରଣ କରାଯିବା ପାଇଁ ଏକ ଦରଖାସ୍ତ ଜିଲ୍ଲାପାଳ,ଜିଲ୍ଲା ଶିକ୍ଷା ଅଧିକାରୀ , ଉପଜିଲ୍ଲାପାଳ ବାଲିଗୁଡା ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କୁ ଜଣାଯିବ , ଯଦି କୌଣସି ଅଧିକାରୀ ୧୫ ଦିନ ମଧ୍ୟରେ ନଶୁଣନ୍ତି ? ତାହାହେଲେ ସାରଙ୍ଗଡ଼,ବଣ୍ଡଗୁଡା ଏବଂ ଯିରୀଡିକିଆ ଗ୍ରାମପଞ୍ଚାୟତର ସମସ୍ତେ ଆସି ରାଜ ରାସ୍ତା ଅବରୋଧ କରିବାପାଇଁ ନିଷ୍ପତି ନିଆଗଲା l ଏଥିରେ ପୁରାତନ ଛାତ୍ର ସଂଘର ଉପ ସଭାପତି ଶ୍ରୀଯୁକ୍ତ ରମାକାନ୍ତ ପାତ୍ରଙ୍କ ସଭାପତିତ୍ୱରେ ସଭା ଚାଲିଥିଲା l ଏଥିରେ ପୁରାତ୍ତନ ଛାତ୍ର ଡ଼ମ୍ବୁରୁଧର ପାତ୍ର, ସାରଙ୍ଗଡ଼ ସରପଞ୍ଚ ଶ୍ରୀମତି ଅହଲ୍ୟା ପ୍ରଧାନ, ସମିତି ସଭ୍ୟ ଜୟ ସେନ ପୂଜାରୀ, ବଣ୍ଡ ଗୁଡା ସରପଞ୍ଚ ସଂଗୀତା ନାଏକ, ସହଦେଵ ପାତ୍ର, ଦିଲ୍ଲୀପ ପୂଜାରୀ, ବସନ୍ତ ପୂଜାରୀ, ରମେଶ ପ୍ରଧାନ, ଅମିତ କୁମାର ବିଷୋୟୀ, ଅଶ୍ୱିନୀ କୁମାର ପାତ୍ର, ବରିଷ୍ଠ ବୁଦ୍ଧିଜୀବୀ ଶ୍ଵେତବାନ ପୂଜାରୀ, ୧00 ରୁ ଅଧିକ ଲୋକେ ଅଂଶ ଗ୍ରହଣ କରିଥିଲେ ଏବଂ ଶେଷରେ ରାକେଶ କୁମାର କୋଠଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ l

ADVERTISEMENT