ବୈପ।ରିଗୁଡା ଠାରେ ସ୍ଵେଛାକୃତ ରକ୍ତଦାନ ଶିବିର

ବୈପ।ରିଗୁଡା,o୯/o୯(ଏଜେନସି) : କୋରାପୁଟ ଜିଲ୍ଲା ରକ୍ତଦାତା ଓ ପ୍ରବର୍ତକ ଫୋରମ ଏବଂ ବୈପାରିଗୁଡା ଶିକ୍ଷକ ସଂଘ ଆନୁକୁଲ୍ୟରେ ବୈପ।ରିଗୁଡା ମିଶନ ଶକ୍ତି ସଭା ଗୃହରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି କାର୍ଯ୍ୟ କ୍ରମକୁ ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ କୋରାପୁଟ ଜିଲ୍ଲା ରକ୍ତଦାତା ଓ ପ୍ରବର୍ତକ ଫୋରମର ସଭାପତି ଜି. ସଞ୍ଜୀବ କୁମାର, ଯୋଗଦେଇ ଥିଲେ । ଏହି ଶିବିରରେ ଶିକ୍ଷୟତ୍ରୀ ସୁପ୍ରିୟା ସାମଲ ତାଙ୍କର ଜନ୍ମଦିନ ଅବସରରେ ପ୍ରଥମେ ରକ୍ତଦାନ କରିଥିବା ବେଳେ ବୈପ।ରିଗୁଡା ଅଞ୍ଚଳର ଶିକ୍ଷକ ଶିକ୍ଷୟତ୍ରୀ ,ଯୁବକ , ଯୁବତୀ ଓ ବୁଦ୍ଧିଜୀବୀ ମାନେ ମୋଟ ୨୦ ଜଣ ସ୍ଵେଛାକୃତ ଭାବେ ରକ୍ତଦାନ କରିଥିବା ବେଳେ ଜୟପୁର ବ୍ଲଡ ବ୍ୟାଙ୍କ ଏହି ରକ୍ତ ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଆୟୋଜନ କରିଥିବା ବେଳେ କୋରାପୁଟ ଜିଲ୍ଲା ରକ୍ତଦାତା ଓ ପ୍ରବର୍ତକ ଫୋରମର ସାଧାରଣ ସମ୍ପାଦକ ରାଜେଶ କୁମାର ଯାଦବ , ଉପସଭାପତି ସ୍ନିଧାରାଣୀ ମିଶ୍ର , ଯୁଗ୍ମ ସମ୍ପାଦକ ଚଦ୍ରଶେଖର ରଥ, କଷାଧ୍ୟକ୍ଷ ସେଖ ଇବ୍ରାହିମ ପରିଚାଳନା କରିଥିଲେ ।

ADVERTISEMENT