ଖଜନା ଜୁଏଲର୍ସ ଉଦ୍ଘାଟନ କଲେ ଅଭିନେତ୍ରୀ କାଜଲ ଅଗ୍ରୱାଲ

3

ବ୍ରହ୍ମପୁରର,୧୧।୩(ହିମାଂଶୁ ପାଢୀ ): ବ୍ରହ୍ମପୁର ସିଟି ହାଇସ୍କୁଲ ରୋଡ ରେ ନୂତନ ଭାବେ ଖଜନା ନାମକ ଜୁଏଲର୍ସ ଦୋକାନକୁ ତେଲଗୁ ଅଭିନେତ୍ରୀ କାଜଲ ଅଗ୍ରୱାଲ ଆଜି ମଧ୍ୟାହ୍ନ ସମୟରେ ଶୁଭ ଉଦ୍ଘାଟନ କରିଥିଲେ । ଅଭିନେତ୍ରୀଙ୍କୁ ଦେଖିବା ନିମନ୍ତେ ଦୂରଦୁରାନ୍ତରୁ ଲୋକ ଜମା ହୋଇଥିଲେ । ହନୁମାନ ବଜ଼ାରରେ ଭିଡ଼ ଯୋଗୁଁ ରାସ୍ତା ଜାମ ହୋଇଯାଇଥିଲା । ଏଠାରେ ଅତୁଳନୀୟ ଡିଜାଇନ, ବିଏସଆଇ ହଲମାର୍କ, ସର୍ବୋତମ ମୂଲ୍ୟର ପ୍ରତିଶୃତି, ସର୍ବୋକୃଷ୍ଟ ଏକ୍ସଚେଞ୍ଜ ଫାସିଲିଟି, ସିଲଭର ଅଫର ଆଦି ସୁବିଧାରହିଥିବା ଷ୍ଟୋର ପକ୍ଷରୁ କୁହାଯାଇଛି । ଦକ୍ଷିଣ ଭାରତରେ ଖଜାନାର ୫0 ଟି ଷ୍ଟୋର ରହିଛି ।

ADVERTISEMENT