ବାଣ କାରଖାନା ଉପରେ ପୋଲିସ ଚଢ଼ାଉ

31

ଆସ୍କା,o୯/o୯(ଏଜେନସି) : ଗଂଜାମ ଜିଲ୍ଲା ଆସିକା ଥାନା ନଳବଣ୍ଟା ଗାଁରେ ଚାଲିଥିବା ବେଆଇନ ବାଣ କାରଖାନା ଉପରେ ଆଜି ପୋଲିସ ଅଚାନକ ଚଢାଉ କରିଛି । ଏହି ଚଢାଉରେ ତିନି ଜଣ ବାଣ ମାଫିଅ । ଗିରଫ ହୋଇଥିବା ସୂଚନା ମିଳିଥିବା ବେଳେ ପାଖାପାଖି ୭0ଲକ୍ଷ ଟଙ୍କାର ବେଆଇନ ବାଣ ଜବତ ହୋଇଥିବା ସୂଚନା ମିଳିଛି । ତେବେ ଏହି ଚଢାଉରେ ଆସ୍କା ରାଜସ୍ଵ ପ୍ରଶାସନ ମଧ୍ୟ ସାମିଲ ହୋଇଥିବା ବେଳେ ଗଲା ଅନେକ ବର୍ଷ ଧରି ଏଠାରେ ବାଣ ବେଆଇନ ଭାବେ ପ୍ରସ୍ତୁତ ହୋଉଥିଲା । ଆଜିର ଏହି ଚଢାଉ ପରେ ବାଣ ମାଫିଆ ମାନଙ୍କ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି । 

ADVERTISEMENT