ବଡ଼ ଏକାଦଶୀ ଉପଲକ୍ଷେ ପାବନ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼

41

ହିିଞ୍ଜିଳିକାଟୁ,୯ା୯ (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ ବଇଁଚବଣିଆ ପାବନ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରରେ ବଡ଼ ଏକାଦଶୀ ଉପଲକ୍ଷେ ଶ୍ରୀଜୀଉ ମାନଙ୍କ ପୂଜାର୍ଚ୍ଚନ ଓ ଦର୍ଶନ ସକାଶେ ଭକ୍ତ ମାନଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା । ସୋମବାର ଭୋର ୪ ଟାରୁ ଶ୍ରୀଜୀଉ ମାନଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଥିଲା । ମନ୍ଦିରର ମୁଖ୍ୟ ପୂଜକ କୃଷ୍ଣଚନ୍ଦ୍ର ପଣ୍ଡା ଶ୍ରୀଜୀଉମାନଙ୍କୁ ଆକର୍ଶଣୀୟ ବେଶରେ ସୁସଜ୍ଜିତ କରିଥିଲେ । ସକାଳରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳରୁ ଆସିଥିବା ଭକ୍ତ ମାନଙ୍କ ମନ୍ଦିର ପରିସରରେ ଗହଳି ଲାଗି ରହିଥିଲା । ଭଜନ ଭାରତୀ ପକ୍ଷରୁ ଅଶୋକ କୁମାର ସାମନ୍ତରାଙ୍କ ତତ୍ୱାବଧାନରେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । ସନ୍ଧ୍ୟାରେ ଶ୍ରୀଜୀଉ ମାନଙ୍କ ୧୦୮ ଆଳତି ଦର୍ଶନ ସକାଶେ ମନ୍ଦିର ପରିସରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା । ପ୍ୱାଶ୍ୱର୍ ଦେବତା ମାନଙ୍କ ବେଢା ଆଳତି ପରେ ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା ଶ୍ରୀମଦନମୋହନ ବିଭିନ୍ନ ପ୍ରକାର ବାଦ୍ୟବାଜଣା, ହରିବୋଲ, ହୁଳହୁଳି ଧ୍ୱନି ମଧ୍ୟରେ ୩ ଥର ବେଢା ପରିକ୍ରମା କରିଥିଲେ । ମନ୍ଦିର ପ୍ରଶାସନ ସେବକ ନିର୍ମଳ ମିଶ୍ର, ସେବାଧିପତିଙ୍କ ପ୍ରତିନିଧି ରୂପେ ଅଭିମନ୍ତ୍ରୀତ ମହାଦୀପ ଧରି ଠାକୁରଙ୍କ ସହ ବେଢା ପରିକ୍ରମା କରିବା ପରେ ମନ୍ଦିର ଚୂଡ଼ାରେ ମହାଦୀପ ସ୍ଥାପନ କରାଯାଇଥିଲା । ପରେ ଶ୍ରୀମଦନମୋହନଙ୍କୁ ଭକ୍ତ ମାନଙ୍କଭୋଗ ସମର୍ପଣ କରାଯାଇ ରତ୍ନ ସିଂହାସନରେ ବିଜେ କରାଯାଇଥିଲା ।

ADVERTISEMENT