ଦିଗପହଣ୍ଡିରେ ନୂଆ ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ଦାୟିତ୍ୱ ଗ୍ରହଣ

10

ଦିଗପହଣ୍ଡି,୧o/o୯(ଏଜେନସି ) : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ସହରରେ ବଢିଚାଲିଥିଲା ମଦ ମାଫିଆଙ୍କ ଦୌରମ୍ୟ,ଏହା ସହିତ ଅସାମାଜିକ ଯୁବକଙ୍କ ଖୁଲାମଖୁଲା ରାଜରାସ୍ତାରେ ଅଘଟଣ ଘଟାଉଥିଲେ । କହିବାକୁ ଗଲେ ଲୋକେ ଅତିଷ୍ଠ ହୋଇପଡିଥିଲେ । ଠିକ ସମୟରେ ନୂଆ ଥାନା ବାବୁ ବସନ୍ତ କୁମାର ସେଠୀ ଆସି ଦାୟିତ୍ୱ ଗ୍ରହଣ କରିଥିଲେ । ପ୍ରଥମ ଦିନ ଠାରୁ ହିଁ ମଦ ମାଫିଆ ଏବଂ ରୋଡ଼ ରୋମିୟଙ୍କୁ ସାବାଡ଼ କରିବା ଆରମ୍ଭ କରି ଦେଇଥିଲେ । ବର୍ତ୍ତମାନ ଏହି ଅଞ୍ଚଳରେ ଏକ ପ୍ରକାର ଶାନ୍ତିର ବାତାବରଣ ଫେରିଲାଣି। ସୋମବାର ସକାଳୁ ସକାଳୁ ଆଇନଜିବୀ ତଥା ଯୁବ ବିଜେଡି ନେତା ରାମକୃଷ୍ଣ ପାଢ଼ୀ ଥାନା ଅଧିକାରୀ ବସନ୍ତ ସେଠୀଙ୍କ ସହ ମିଶି ଅଞ୍ଚଳର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ଓ ତାଙ୍କ କାର୍ଯ୍ୟ ଦକ୍ଷତାକୁ ଭରି ଭରି ପ୍ରସଂଶା କରିଥିଲେ ।

ADVERTISEMENT