ପୁରୀରେ ଡବଲ ଏନ୍‌କାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ ବିଶୁ, ଟିକି ଆହତ

ପୁରୀ,୧o/o୯(ଏଜେନସି ) : ପୁରୀରେ ଡବଲ ଏନ୍‌କାଉଣ୍ଟର ହୋଇଛି। ସୋମବାର ଦୁଇଟି ପୃଥକ ସ୍ଥାନାରେ ଏନ୍‌କାଉଣ୍ଟର ହୋଇଥିବା ବେଳେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି । ସେମାନେ ହେଲେ ବ୍ରାଉନସୁଗାର ଓ ଚୋରେସ୍କ ବ୍ୟବସାୟୀ ବିଶ୍ୱରଞ୍ଜନ ସାହୁ ଓରଫ ବିଶୁ ଏବଂ ବାଲି ମାଫିଆ ସିୟାମତ୍‌ ଖାନ୍‌ ଓରଫ୍‌ ଟିକି ମିଆଁ । ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ଜୀବନ୍ତ ଗୁଳି ଓ ବାଇକ ଜବତ ହୋଇଛି। ଆହତ ଦ୍ବୟଙ୍କୁ ପ୍ରଥମେ ପୁରୀ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବାସେଳି ସାହି ଓ କୁମ୍ଭାରପଡ଼ା ଥାନା ପୋଲିସ ପକ୍ଷରୁ ଏହି ମିଳିତ ଏନ୍‌କାଉଣ୍ଟର କରାଯାଇଛି । ଉଭୟଙ୍କ ନାମରେ ବିଭିନ୍ନ ଥାନାରେ ୧୦ରୁ ଊର୍ଦ୍ଧ୍ୱ ମାମଲା ରହିଛି ।

ADVERTISEMENT