ଗଞ୍ଜାମ ଜିଲ୍ଲା ସୋରଡା ଠାରେ ବିଜେଡ଼ିର ପରିବର୍ଦ୍ଧିତ ବୈଠକ

ସୋରଡା,୧o/o୯(ଏଜେନସି ) : ଗଞ୍ଜାମ ଜିଲ୍ଲା ବିଜେଡ଼ିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସୋରଡା ଘାଇ ନିକଟରେ ଥିବା ପାର୍କ ପରିସରରେ ଜିଲ୍ଲା ବିଜଡି ସଭାପତି ଡ଼. ପ୍ରଦୀପ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମାନ୍ୟବର ମନ୍ତୀ ବିକ୍ରମ କେଶରୀ ଅରୁଖୁ, ଗଂଜାମ ଜିଲ୍ଲାର ପର୍ଯ୍ୟବେକ୍ଷକ ମହେଶ୍ୱର ମହାନ୍ତି,ଆସିକା ସାଂସଦ ପ୍ରମିଳା ବିଷୋୟୀ,ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ,ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ସୋରଡ଼ା ବିଧାୟକ ପୂର୍ଣ ଚନ୍ଦ୍ର ସ୍ୱାଇଁ,ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ,ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣୀ ବାଦ୍ୟ ଓ ଜିଲ୍ଲା ବିଜେଡ଼ିର ଯୁବ,ଛାତ୍ର,ମହିଳା।ସମସ୍ତ କର୍ମକତା ଯୋଗ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାର 22ଟା ବ୍ଲକ ଅଧକ୍ଷ,ବ୍ଲକ ବିଜେଡି ସଭାପତି,ଜିଲାପରିଷଦର ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ସାମିଲ ହୋଇଥିଲେ। ନବୀନ ସରକାରଙ୍କ 5ଟି ଉପରେ ଗୁରୁତ୍ୱ ଦେଇ ସମସ୍ତେ ମିଳିମିଶି ଜିଲ୍ଲାର ଉର୍ଣ୍ଣତୀ ଦିଗରେ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ । ଜିଲ୍ଲା ବିଜେଡିର ପ୍ରାୟ ତିନି ହଜାରରୁ ଉର୍ଦ୍ଧ କର୍ମକର୍ତା ଯୋଗ ଦେଇଛନ୍ତି।

ADVERTISEMENT