ଏମ.ଏ.ଭି ସ୍କୁଲର ୨oo୨ ବ୍ୟଚର ବନ୍ଧୁ ମିଳନ

ବ୍ରହ୍ମପୁର,୧o/o୯(ଏଜେନସି ) : ସ୍ଥାନୀୟ ହିଲପାଟଣା ସ୍ଥିତ ଏମ.ଏ.ଭି ସ୍କୁଲ ପରିସରରେ ପୂରାତନ ବିଦ୍ୟାର୍ଥୀ ପରିଷଦର ୨oo୨ ବ୍ୟଚ୍ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କର୍ଯାକ୍ରମରେ ସଭାପତି ପ୍ରକାଶ ଦାସ, ସମ୍ପାଦକ କୁମୁଦ ରଂଜନ ପାଢ଼ୀ, ସୁନିତା ମହାପାତ୍ର, ଅଧ୍ୟକ୍ଷ ରାମ ଚନ୍ଦ୍ର ମହାପାତ୍ର, ବାସନ୍ତୀ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ସହିତ କାର୍ଯ୍ୟକ୍ରମ କୂ ତ୍ୱରାନ୍ନିତ କରିଥିଲେ । ପରେ ସ୍କୁଲର ବିଦ୍ୟାର୍ଥୀ ମାନଂକ ଦ୍ୱାରା ବିଭିନ୍ନ ସଂସ୍କୁର୍ତିକ କାର୍ଯ୍ୟକ୍ରମ ମାନ ହୋଇଥିଲା । ଆସିଥିବା ବିଦ୍ୟାର୍ଥୀ ଏବଂ ଅତିଥି ମାନଂକ ଦ୍ୱାରା କେକ୍ କଟା ଯାଇଥିବା ବେଳେ ପୁରୁଣା ଦିନର ସମୁରୁତିକୁ ସମସ୍ତେ ମନେ ପକାଇ ନିଜ ଅଭିଭାଷଣରେ କହିଥିଲେ । ପରେ ବ୍ୟଚର ପୂରାତନ ଛାତ୍ରଙ୍କ ଦ୍ୱାରା ନାଚ ଗୀତ ଆଦି ହୋଇଥିଲା ।

ADVERTISEMENT