ଫେରାର ୫ ଅଭିଯୁକ୍ତ ଗିରଫ

କୁକୁଡାଖଣ୍ଡି,୧o/o୯(ଇ.ରଞ୍ଜନ) : ସଦର ଥାନା ଅନ୍ତର୍ଗତ ଆମ୍ବଗଡ ଗ୍ରାମରେ ଗତ ମାସ ୨୩ତାରିଖରେ ଏକ ଆକ୍ରମଣ ମାମଲାରେ ସଦର ଥାନା ପୋଲିସ ୫ଜଣଙ୍କୁ ଗିରଫ କରି କୋୖର୍ଟ ଚାଲାଣ କରିଛି ମାଳିଥିବା ସୂଚନା ମୁତାବକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉତ୍କ ଗ୍ରାମର ପୁରୁଷ ପଣ୍ଡା ଙ୍କୁ କିଛି ଯୁବକ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ ଦୀର୍ଘ ଦିନ ହେଲା ପୋଲିସକୁ ଚକମା ଦେଇ ବାହାରେ ବୁଲୁଥିଲେ ସେମାଙ୍କୁ ପୋଲିସ ବ୍ରହ୍ମପୁର ଫାଷ୍ଟଗେଟ, ଗାଙ୍ଗପୁର ଥାନା ଅନ୍ତର୍ଗତ ବାଇଲିପଡ଼ା, ଛତ୍ରପୁର, ମୋହୁଡ଼ା ଗ୍ରାମରେ ଲୁଚି ରହିଥିବା ବେଳେ ଚଢ଼ାଉ କରି ଗିରଫ କରିଛି ସେମାନେ ହେଲେ ସଦର ଥାନା ଅନ୍ତର୍ଗତ ଆମ୍ବଗଡ ଗ୍ରାମର ହରିଶ୍ଚନ୍ଦ୍ର ବେହେରା, ସନ୍ତୋଷ କୁମାର ବେହେରା, ସନ୍ତୋଷ ବେହେରା (ପେଟୁ ), ମଣ୍ଟୁ ବେହେରା, ବୁଲୁ ସାହୁ ୨୯୮/୧୯ରେ ଏକ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଛି ସେମାନଂକ ନିକଟରୁ ଆକ୍ରମଣରେ ବ୍ୟବହୃତ ଆଇରନ ରଡ଼ ଜବତ କରିଥିବା ଥାନା ଅଧିକାରୀ ସନ୍ତୋଷୀନି ଓରାମ ସୂଚନା ଦେଇଛନ୍ତି ।

ADVERTISEMENT