ଅରଖପୁର ଗ୍ରାମରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟୟ ପଞ୍ଚାୟତରେ ବ୍ଲିଚିଙ୍ଗ ପକାଇବା ପାଇଁ ଅର୍ଥର ଅଭାବ :ଗ୍ରାମସେବକ

5

ବ୍ରହ୍ମପୁର,୩୦।୩(ଡି.ଏଚ):ବର୍ତ୍ତମାନ କରୋନା ମହାମାରୀରୁ ମୁକ୍ତି ପାଇଁ ସମସ୍ତେ ସ୍ବଚ୍ଛତା ରହିବା ସହ ପରିବେଶକୁ ସଫାସୁତୁରା ରଖିବା ପାଇଁ ସଚେତନତା କରାଯାଉଛି । ପୁରୁଷୋତ୍ତମପୁର ବ୍ଲକ ଅରଖପୁର ଗ୍ରାମରେ ବାସ୍ତବରେ ଏହାର ଚିତ୍ର ସମ୍ପୂର୍ଣ୍ଣ ଭାବେ ଓଲଟା ।ଅରଖପୁର ପଞ୍ଚାୟତ କାର୍ଯ୍ୟାଳୟ ସାମାନାରେ,ଏବଂ ଏଠାରେ ଏକ ନଳକୂପ ମଧ୍ୟ ରହିଛି, ଯେଉଁଠି କି କୁଢକୁଢ ଆବର୍ଜନା ଯାହା ଫଳରେ ସମ୍ପୂର୍ଣ୍ଣ ଗନ୍ଧରେ ପରିବେଶ ଫାଟି ପଡୁଛି ।ଏହି ଆବର୍ଜନାକୁ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ବାହାର କରିବା ପାଇଁ କୌଣସି ବନ୍ଦୋବସ୍ତ କରିବା ତ ଦୂରର କଥା ସାଧାରଣ ବ୍ଲିଚିଙ୍ଗ ଟିକିଏ ମଧ୍ୟ ପକାଯାଉ ନାହିଁ ।
ଯୁବ ସାମ୍ବାଦିକ ସୁଦାମ ମହାରଣାଙ୍କ ନିଜସ୍ୱ ଉଦ୍ୟମ ଓ ପରିଶ୍ରମ କରି ସ୍ଥାନୀୟ ଅଞ୍ଚଳରୁ ଆବର୍ଜନା ବାହାର କରି ପରିବେଶକୁ ସଫାକରିଥିଲେ ,ସେହି ସ୍ଥାନରେ ବ୍ଲିଚିଙ୍ଗ ପକାଇବା ପାଇଁ ପଞ୍ଚାୟତ କାର୍ଯ୍ଯାଳୟକୁ କିଛି ଯୁବକ ଯାଇଥିଲେ ।କିନ୍ତୁ କାର୍ଯ୍ୟାଳୟରେ ବ୍ଲିଚିଙ୍ଗ ନଥିବା ନେଇ ଜିଆର ଏସ ଗୋପାଳ ବେହେରା ସୂଚନା ଦେଇଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ଗ୍ରାମସେବକ ଅରକ୍ଷିତ ସାସମଲକୁ ଯୋଗାଯୋଗ କରାଯାଇଥିଲା, କିନ୍ତୁ ସେ ପଞ୍ଚାୟତରେ ଦୁଇ ଦିନ ହେଲା ଜଇନ କରିଛନ୍ତି ଏବଂ କୌଣସି ଜିନିଷପତ୍ର କିଣିବା ପାଇଁ ପାଣ୍ଠି ଜମା ନାହିଁ ।ଏବିଷୟରେ କିଛି ଜାଣି ନାହାଁନ୍ତି ବୋଲି ସୂଚନା ଦେଇଥିଲେ।
ଚତୁର୍ଦ୍ଦଶ ଅର୍ଥ କମିଶନ,ରାଜ୍ୟ ଚତୁର୍ଥ ଅର୍ଥ କମିଶନରେ ପଞ୍ଚାୟତର ପରିମଳ ସକାଶେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଉଅଛି।ବର୍ତ୍ତମାନ ବଡ ପ୍ରଶ୍ନ ଏଠାରେ ଉଠୁଛି, କାହା ସ୍ବାର୍ଥ ପାଇଁ କେବଳ ଡଷ୍ଟବିନ୍ କିଣାଯାଇ ଲକ୍ଷ ଲକ୍ଷ ଟଙ୍କା ବିଲ କରାଯାଉଛି।କିନ୍ତୁ ଡଷ୍ଟବିନ୍ ଭର୍ତ୍ତି ହୋଇ ଚତୁପାଶ୍ବରେ କୁଢକୁଢ ଆବର୍ଜନା ପଡିରହୁଅଛି ।
ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ନା ସଫାକରାଯାଉଛି ,ନା ବ୍ଲିଚିଙ୍ଗ ଟିକିଏ ପକାଯାଉଅଛି କେବଳ ସଭାସମିତିରେ ସୀମିତ ରହୁଛି ,ସଚେତନତା କାର୍ଯ୍ୟକ୍ରମ ।

ADVERTISEMENT