ଲଗାଣ ବର୍ଷାରେ ମାଟିରେ ମିସିଲା ଚାଷ ଜମି : ଚାଷୀଙ୍କ ଦୁଃଖ ବୁଝିବ କିଏ ?

17

ବାଲିଗୁଡା,୧୨/o୯(ବାଳକୃଷ୍ଣ ପାଢ଼ୀ ) : କନ୍ଧମାଳ ଜିଲ୍ଲା ଲଗାଣ ବର୍ଷା ଫଳରେ ସହ ସହ ଏକର ଜମି ନଷ୍ଟ ହୋଇଛି l କେମିତି ଋଣ ଶୁଝିବେ ଏନେଇ ଚିନ୍ତାରେ ଚାଷୀ ଭାଇ ମାନଙ୍କୁ ଦେଖିବାକୁ ମିଳିଥିଲା ।ବାଲିଗୁଡା ବ୍ଲକ ଅନ୍ତର୍ଗତ ବହୁ ଗ୍ରାମପଞ୍ଚାୟତରେଏହି ପ୍ରକାର କ୍ଷୟକ୍ଷତି ଦେଖିବାକୁ ମିଳିଥିଲା । କିନ୍ତୁ ପ୍ରଶାସନ ଏହାର କୌଣସି ପଦକ୍ଷେପ ନ ନେବାର ଅଭିଯୋଗ ହୋଇଛି l ବୁଡରୁକିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିରାଗୁଡା ଓ ମୁଶକ୍କୀଉରେ ଓ ଲଣ୍ଡା ଗାଁ ଖମନ ଖୋଲ ଅଞ୍ଚଳର ଜମିରେ ପାହାଡ଼ରୁ ପାଣି ଓ ମାଟି ଆସି ବନ୍ଧେଇ ଥିବା ହୁଡ଼ା ଧୋଇ ହୋଇ ସବୁ ଧାନ ଗଛ ପୋତି ହୋଇଯାଇଛି l ଏ ପର୍ଯ୍ୟନ୍ତ ପ୍ରଶାସନର କୌଣସି ପଦକ୍ଷେପ ନେଇ ନଥିବାର ସୂଚନା ମିଳିଛି । ଚାଷୀ ମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି l

ADVERTISEMENT