ନିୟମକୁ ଅବମାନନା କରି ପଞାୟତ ନିବାହୀ ଅଧିକାରୀ ନିଲମ୍ବିତ

5

କୁକୁଡାଖଣ୍ଡି,୨ା୪ (ଡ଼ି.ଏଚ ) :ଗଂଜାମ ଜିଲ୍ଲାରେ ସରକାରୀ ଅଧିକାରୀଙ୍କ ଉପରେ କରୋନାର ପ୍ରଥମ ପ୍ରହାର ।ସରକାରୀ ନିୟମ ଉଲଘଂନ କରି ନିଲମ୍ବିତ ହେଲେ ପଞାୟତ କାଯ୍ୟନିବାହୀ ଅଧିକାରୀ। ଗଣମାଧ୍ୟମରେ ପ୍ରକାଶପରେ ଚେତିଲା ପ୍ରଶାସନ।କରୋନାର ଭୟାବହତାକୁ ରୋକିବାପାଇଁ ପ୍ରଣୟନ କରାଯାଇଥିବା ପ୍ରଶାସନିକ ନିୟମ ଅବମାନନା କରିବାରୁ କୁକୁଡାଖଣ୍ଡି ବ୍ଲକ ଆକୁଂଶପୁର ପଞାୟତର ନିବାହୀ ଅଧିକାରୀ ପ୍ରଦୀପ କୁମାର ପଟ୍ଟନାୟକକୁଂ ନିଲମ୍ବନ କରିଛନ୍ତି । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଗେଂ।ହିତାଧିକାରୀକଂ ଘରକୁ ଯାଇ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନକରିବାକୁ ସରକାର ନିର୍ଦ୍ଧେଶ ଦେଇଥିଲେ।କୈଣସି ସ୍ଥାନରେ ଅଧିକ ବ୍ୟକ୍ତି ଏକତ୍ରିତ ନହୋଇ ସାମାଜିକ ଦୂରତା ବଜାୟ ରଖିବାକୁ ମଧ୍ୟ କହିଥିଲେ।କିନ୍ତୁ ନିବାହୀ ଅଧିକାରୀ ଏହାକୁ ବେଖାତିର କରି ହିତାଧିକାରୀକୁଂ ଗୋଟିଏ ସ୍ଥାନରେ ଏକତ୍ରିତ କରି ସାମାଜିକ ଦୂରତା ରକ୍ଷା ନକରି ସରକାରୀ ନିୟମ ଉଲଘଂନ କରି ଭତ୍ତା ପ୍ରଦାନ କରିଥିଲେ। ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ଏହାକୁ ଅନୁଧ୍ୟାନ କରିଥିଲେ। ସରକାରୀ ନିୟମ ଭଗଂ କରିଥିବାରୁ ତାକୁଂ ନିଲମ୍ବନ ନିମନ୍ତେ ନିର୍ଦ୍ଧେଶ ଦେବାସହ ନିଲମ୍ବନ ସମୟରେ ଅଧିକାରୀ ଜଣକଂ ବ୍ରହ୍ମପୁର ଉପଜିଲ୍ଲାପାଳକଂ କାଯ୍ୟାଳୟରେ ଉପସ୍ଥାନ କରିବେ ବୋଲି ଜିଲ୍ଲାପାଳନିର୍ଦ୍ଧେଶ ଦେଇଛନ୍ତି।ପୂର୍ବରୁ ବ୍ଲକର ବହୁ ସ୍ଥାନରେ ଏପରି ସାମାଜିକ ଦୂରତା ଭଗଂ ହେଉଥିବା ନେଇ ଜିଲ୍ଲାପାଳକଂ ନିକଟରେ ଅଭିଯୋଗ ହୋଇଥିଲା ଏବଂ ଗଣମାଢ୍ୟ ମରେ ଖବର ପ୍ରକାଶ ପାଇଥିଲା।ଜିଲ୍ଲାପାଳ ବ୍ରହ୍ମପୁର ଫେରୁଥିବା ସମୟରେ ଏପରି କିଛି ଲୋକେ ଏକତ୍ରିତ ହୋଇ ରହିଥିବା ଦେଖି ଘଟଣାର ଅନୁଧ୍ୟାନ କରିଥିଲେ। ପରେ ନିବାହୀ ଅଧିକାରୀଙ୍କୁ ତାଗିତ କରିବା ସହ ବିଡିଓକୁଂ ଅବଗତ କରାଇଥିଲେ।ପୂର୍ବରୁ ଉକ୍ତ ଅଧିକାରୀଙ୍କ ନାମରେ ଜଣେ ଦିବ୍ୟାଗଂକୁଂ ସରକାରୀ ଘର ପ୍ରଦାନ ନିମନ୍ତେ ଲାଞ ମାଗୁଥିବା ନେଇ ଜିଲ୍ଲାପାଳକଂ ନିକଟରେ ଅଭିଯୋଗ ହୋଇଥିଲା। ପରେ ବିଡିଓକୁଂ ଏହି ଘଟଣାର ତଦନ୍ତକରି ରିପୋଟ ଦେବାକୁ ମଧ୍ୟ କହିଥିଲେ।

ADVERTISEMENT