ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଟ ସ୍ଥାନ ଅଧିକାର କଲା ହିଂଜିଳିକାଟୁ ବ୍ଳକ

13

ହିଂଜିଳିକାଟୁ,୧୨/o୯(ଶେଷଦେବ ସାହୁ): ଶିକ୍ଷା କ୍ଷେତ୍ରର ସମସ୍ତ ବିଭାଗରେ ହିଂଜିଳିକାଟୁ ବ୍ଳକ ଗତ ଜୁଲାଇ ମାସରେ ରାଜ୍ୟରେ ନଂ – ୧ ରାର୍ୟାଙ୍କରେ ରହି ଶ୍ରେଷ୍ଟ ସ୍ଥାନ ଅଧିକାର କରିଛି । ସାଥ- ଇ କାର୍ଯ୍ୟକ୍ରମ ଜରିଆରେ ଓଏସଇପିଏ ପକ୍ଷରୁ ଜାରୀ ହୋଇଥିବା ରାଜ୍ୟର ବିଭିନ୍ନ ବ୍ଳକର ଶିକ୍ଷା କ୍ଷେତ୍ରକୁ ବିଚାର କରି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରତି ମାସରେ ଏହି ରାଙ୍କ ପ୍ରସ୍ତୁତ କରାଯାଉଛି । ଚଳିତ ବର୍ଷ ଜୁଲାଇ ମାସରେ ହିଂଜିଳିକାଟୁ ବ୍ଳକ ଗଂଜାମ ଜିଲ୍ଲା ସମେତ ରାଜ୍ୟରେ ଶ୍ରେଷ୍ଟ ସ୍ଥାନ ଅଧିକାର କରିଛି ବେବାଲି ତତ୍କାଳୀନ ଗୋଷ୍ଟି ଶିକ୍ଷାଧିକାରୀ ଏସ. ଗିରିଧାରୀ କହିଛନ୍ତି । ଏହି ଅବସରରେ ଓଏସଇପିଏ ପକ୍ଷରୁ ତତ୍କାଳୀନ ଗୋଷ୍ଟି ଶିକ୍ଷାଧିକାରୀ ଏସ. ଗିରିଧାରୀଙ୍କୁ ଅଭିନନ୍ଦନ ଞ୍ଜାପନ କରାଯାଇଛି । ଗଂଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ବ୍ଳକର କାର୍ଯ୍ୟରତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସହଯୋଗରେ ଶିକ୍ଷା କ୍ଷେତ୍ରରେ ହିଂଜିଳିକାଟୁ ବ୍ଳକ ଶ୍ରେଷ୍ଟ ସ୍ଥାନ ଅଧିକାର କରିପାରିଛି ବୋଲି ତତ୍କାଳୀନ ଗୋଷ୍ଟି ଶିକ୍ଷାଧିକାରୀ କହିଛନ୍ତି ।

ADVERTISEMENT