ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କଲେ ଜିଲ୍ଲାପାଳ

13

ହିଂଜିଳିକାଟୁ,୧୨/o୯(ଶେଷଦେବ ସାହୁ): ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ଅପରାହ୍ନରେ ହିଂଜିଳିକାଟୁ ବ୍ଳକ ଗ୍ରସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ମଙ୍ଗଳବବାର ଅପରାହ୍ନରେ ସ୍ଥାନୀୟ ବ୍ଳକ ଶାସନ ଆମ୍ବଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପଂହଚି ବିଦ୍ୟାଳୟ ପରିଦର୍ଶନ କରିବା ସହ +୨ ବିଞ୍ଜାନ ଶିକ୍ଷାର୍ଥୀ ମାନଙ୍କ ସହ ପାଠ୍ୟକ୍ରମ ସର୍ମ୍ପକରେ ଆଲୋଚନା କରିଥିଲେ । ବିଦ୍ୟାଳୟ ଛାତ୍ରୀ ନିବାସ କାର୍ଯ୍ୟ ଅସମ୍ପୁର୍ଣ୍ଣ ଥିବାରୁ କାର୍ଯ୍ୟ ଶୀଘ୍ର ସମାପନ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ । ବିଦ୍ୟାଳୟର ଅନ୍ୟାନ ଅସୁବିଧା ସମ୍ପର୍କରେ ତୁରନ୍ତ ଦୃଷ୍ଟି ଆର୍କଷଣ କରିବା ସକାଶେ ବିଡ଼ିଓ ଓ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନିର୍ଦ୍ଧେଶ ଦେଇଥିଲେ । ପରବର୍ତି ସମୟରେ ହିଂଜିଳିକାଟୁ ପୌରାଂଚଳକୁ ଆସି କେନ୍ଦ୍ରୀୟ ବିଦ୍ୟାଳୟ ପରିଚାଳନା କମିଟି ବୈଠକରେ ଯୋଗଦେଇ ବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ । ହିଂଜିଳିକାଟୁ ସହରରେ ନିର୍ମାଣଧିନ ଥିବା ବସ୍ ଟର୍ମିନାଲ, ଭେଣ୍ଡିଂଜୋନ, ସଂସ୍କୃତି ବିଭାଗ ପକ୍ଷରୁ ବରାହୀ ପାହାଡ଼ ଉପରେ ଚାଲିଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ହିଂଜିଳିକାଟୁ ପୌରାଂଚଳ ଗ୍ରସ୍ତ କାର୍ଯ୍ୟକ୍ରମ ଶେଷ କରି ସ୍ଥାନୀୟ ବ୍ଳକ ଭାବନ୍ଧ, ସୂର୍ଯ୍ୟନାରାୟଣପୁର ଗ୍ରାମକୁ ଯାଇ ସଂପୃକ୍ତ ଅଂଚଳର ବହୁ ଉନ୍ନତିକରଣ ଯୋଜନା ଏବଂ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ. ସନାତନ ପଣ୍ଡା, ହିଂଜିଳିକାଟୁ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଗୋଷ୍ଟି ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ADVERTISEMENT