ଗ୍ରାମାଂଚଳରେ ନକଲି ଡ଼ାକ୍ତରଙ୍କ ପାର୍ଦୁଭାବ : ରେଗୀ ହନ୍ତସନ୍ତ

18

ହିଂଜିଳିକାଟୁ,୧୨/o୯(ଶେଷଦେବ ସାହୁ): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ଉପରେ ସର୍ବାଧିକ ଗୁରୁତ୍ୱ ଦେବା ସହ ସଠିକ୍ ଏବଂ ଉତ୍ତମ ସେବା କିପରି ରୋଗୀ ମାନେ ପାଇପାରିବେ, ସେ ନେଇ ବହୁ ଯୋଜନା ମାନ ପ୍ରଚଳନ କରିବା ସହ ଜନସଚେତନତା କରିବାରେ ଲାଗିଛନ୍ତି । ପରିତାପର ବିଷୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗୁରୁତ୍ୱ ପ୍ରଦାନ କରି ଆସୁଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ମନୋଭାବ ଯୋଗୁଁ ଗ୍ରାମାଂଚଳରେ ନକଲି ଡ଼ାକ୍ତରଙ୍କ ପାର୍ଦୁଭାବ ବଢିବାରେ ଲାଗିଛି । ଏହାର ପ୍ରଭାବରେ ଗ୍ରାମାଂଚଳର ରେଗୀ ମାନେ ନାନା ଅସୁିଧାର ସମ୍ମୁଖୀନ, ହନ୍ତସନ୍ତ ହେବା ସହ ବହୁ ସମୟରେ ମୂଲ୍ୟବାନ ଜୀବନ ନଷ୍ଟ ହେଉଥିବାର ନଜିର ରହିଛି ।ଗଂଜାମ ଜିଲ୍ଲାର ୨ୟ ବୃହତମ ସହର ତଥା ଏକମାତ୍ର ପୌରପରିଷଦ ହିଂଜିଳିକାଟୁ ସହର ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ କିଛି ନକଲି ଡ଼ାକ୍ତର କ୍ଳିନିକ୍ ଖୋଲି ରୋଗୀ ମାନଙ୍କୁ ଚିକିତ୍ସା ବାହାନାରେ ଶୋଷଣ କରିବାରେ ଲାଗିଛନ୍ତି । ଏହି ନକଲି ଡ଼ାକ୍ତରମାନେ ସରକାରୀ ନିୟମ ଓ ନୀତିର ଖୋଲାଖୋଲି ଉଲଙ୍ଘନ କରିବାରେ ଲାଗିଛନ୍ତି । ଯାହାକି ଅତ୍ୟନ୍ତ ଚିନ୍ତାର ବିଷୟ ପାଲଟିଛି । ହିଂଜିଳିକାଟୁ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ କିଛି ବ୍ୟକ୍ତି କିନ୍ଳିକ୍ କରି ଏମବିବିଏସ ଡ଼ିଗ୍ରୀଧାରୀ ନହୋଇ ମଧ୍ୟ ନିଜ କ୍ଳିନିକ ବା ଘର ଆଗରେ ଏମବିବିଏସର ସାଇନ ବୋର୍ଡ଼ ଲଗାଇ ଗରୀବ ଓ ନିରକ୍ଷର ରୋଗୀଙ୍କ ଠାରୁ ପ୍ରଚୁର ପରିମାଣରେ ବେଆଇନ ଭାବେ ଅର୍ଥ ଆଦାୟ କରୁଛନ୍ତି । ଏହି ନକଲି ଡ଼ିଗ୍ରୀଧାରୀ ଡ଼ାକ୍ତରମାନେ ପଡେ଼ାଶୀ ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପଦେଶ ରାଜ୍ୟର କିଛି ଅନାମଧେୟ ସଂସ୍ଥାରୁ ଜାଲ୍ ପ୍ରମାଣପତ୍ର ଆଣି ନିଜକୁ ଜଣେ ଜଣେ ବିଞ୍ଜ ଚିକିତ୍ସକ ଭାବେ ଘର ବା କ୍ଳିନିକ୍ ସମ୍ମୁଖରେ ସାଇନବୋର୍ଡ଼ ଲଗାଇ ରୋଗୀଙ୍କ ଠାରୁ ଶୋଷଣ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଅନ୍ୟ ଏକ ଚିନ୍ତାଜନକ ବିଷୟ ହେଲା ଉକ୍ତ କ୍ଳିନିକ୍ ଗୁଡ଼ିକରେ ଅବୈଧ ଗର୍ଭପାତ କରାଯାଉଛି । ରାଜ୍ୟ ସରକାରଙ୍କ କଡ଼ା ନିୟମ ରହିଛି ଅବୈଧ ଗର୍ଭପାିତ ଏକ ଦଣ୍ଡନୀୟ ଅପରାଧ । ମାତ୍ର ଅର୍ଥ ଲୋଭରେ ନକଲି ଡ଼ାକ୍ତରମାନେ ଏଭଳି ହୀନଏବଂ କୁତ୍ସିତ କାର୍ଯ୍ୟ କରିବାକୁ ପଛାଉନାହାନ୍ତି । ସଂପୃକ୍ତ ନକଲି ଡ଼ାକ୍ତରମାନେ ନିଜ କ୍ଳିନିକ୍ ନିକଟରେ ଥିବା ରୋଗ ନିଦାନ କେନ୍ଦ୍ର ଓ ଔଷଧ ଦୋକାନୀ ମାନଙ୍କୁ ହାତ ବାରିସି କରି ଲାଭବାନ ହେଉଥିବା ମଧ୍ୟ ଚର୍ଚ୍ଚା ଜୋର ଧରିଛି । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଂଜିଳିକାଟୁ ପୌରାଂଚଳରେ ଉପଖଣ୍ଡ ଚିକିତ୍ସାଳୟ, ସ୍ଥାନୀୟ ବ୍ଳକ ବେଲଗାଁରେ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସାରୁ, କଂଚୁରୁ, ଦୟାନିଧିପୁର ଗ୍ରାମରେ ଗୋଟାଏ ଲେଖାଏଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଥିବା ବେଳେ ସଂପୃକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ବହୁ ସମୟରେ ଡ଼ାକ୍ତରଙ୍କ ଅନୁପସ୍ଥିତ କାରଣରୁ ଏହାର ଫାଇଦା ନକଲି ଡ଼ାକ୍ତରମାନେ ଉଠାଉଥିବା ଜଣାପଡ଼ିଛି । ଗତ ୨୦୧୮ ମସିହା ଫେବୃୟାରୀ ୬ ତାରିଖରେ ନକଲି ଡ଼ାକ୍ତରଙ୍କ ଦୈରାତ୍ମରେ ଅତିଷ୍ଟ ହୋଇ ସ୍ଥାନୀୟ ବ୍ଳକ ସିକିରି ଓ ନନ୍ଦିକ ଗ୍ରାମର ଗ୍ରାମବାସୀ ଘଟଣା ପ୍ରତି ଦୃଷ୍ଟି ଦେଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଟାନ ଗ୍ରହଣ ସକାଶେ ଗଂଜାମ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ପତ୍ର ପ୍ରେରଣ କରିଥିଲେ ମଧ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇନଥିବା ଜଣାପଡ଼ିଛି । ପ୍ରଶାସନିକ ଅଧିକାରୀ ମାନେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିନଥିବା ଯୋଗୁଁ ଗ୍ରାମବାସୀଙ୍କମଧ୍ୟରେ ଅସନ୍ତୋଷ ଲାଗି ରହିଛି । କେତେବେଳେ ଘଟଣା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉଗ୍ରରୂପ ଧାରଣ କରିବ, ସେହି ସମୟରେ ଯଦି କୌଣସି ପ୍ରକାର ଅଘଟଣ ଘଟେ ସେଥିପ୍ରତି ପ୍ରଶାସକ୍କ ଅଧିକାରୀ ମାନେ ଦାୟୀ ରହିବେ ବୋଲି ଗ୍ରାମବାସୀ ଚେତାବନି ଦେଇଛନ୍ତି ।

ADVERTISEMENT