ସପ୍ତାହେ ଧରି ପୌରାଂଚଳର ବହୁ ୱାର୍ଡ ଅନ୍ଧାରରେ : ନିର୍ବାହୀ ଅଧିକାରୀ ନିରବଦଷ୍ଟ୍ରା

10

ହିଂଜିଳିକାଟୁ,୧୨/o୯(ଶେଷଦେବ ସାହୁ): ସହରକୁ ସବୁଜ, ସୁନ୍ଦର ଓ ଆଲୋକୀକରଣ କରିବା ସକାଶେ ହିଂଜିଳିକାଟୁ ପୌର ପରିଷଦ ପକ୍ଷରୁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ପରିତାପର ବିଷୟ ଖୋଦ୍ ରାଜ୍ୟ ମୁଖିଆଙ୍କ ଗଡ଼ର ଏକମାତ୍ର ପୌରପରିଷଦ ହିଂଜିଳିକଟୁର ବହୁ ୱାର୍ଡ ଗତ ସପ୍ତାହେ ଧରି ଅନ୍ଧାରମୟ ହୋଇ ରହୁଛି । ରାତିରେ ଅନ୍ଧକାରର ସୁଯୋଗ ନେଇ କିଛି ଅସାମାଜିକ ବ୍ୟକ୍ତି ପୌରାଂଚଳର ବିଭିନ୍ନ ୱାର୍ଡରୁ ଘର ବାରିପଟ କବାଟ ଭାଙ୍ଗି ଚୋରୀ କରିବାର ମସୁଧା ପାଉଛନ୍ତି । ଏ ନେଇ ପୌରପରିଷଦର ନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ ଲଗାଣ ବର୍ଷା ଫଳରେ ସଟ୍ ସର୍କିଟ ଘଟି ପୌରାଂଚଳର ବହୁ ୱାର୍ଡର ଷ୍ଟ୍ରୀଟ ଲାଇଟ ଗୁଡ଼ିକ ଫ୍ୟୁଜ୍ ହୋଇଯାଇଛି । ପୌରପରିଷଦରେ ଲାଇଟ ମହଜୁଦ ନଥିବା ଯୋଗୁଁ ବିଭିନ୍ନ ୱାର୍ଡର଼୍ର ଷ୍ଟ୍ରୀଟ ଲାଇଟ ଗୁଡ଼ିକୁ ବଦଳା ଯାଇପାରିନାହିଁ । ତେବେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଲାଇଟ କିଣାଯାଇ ବଦଳାଯିବ ବୋଲି କହିଥିଲେ । ୱାର୍ଡରଵାସୀଙ୍କ ଅସୁବିଧା ସକାଶେ ଦୁଃଖିତ ବୋଲେି ପ୍ରତିକ୍ରିୟାରେ କହିଛନ୍ତି । ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବିଭିନ୍ନ ୱାର୍ଡର଼୍ରେ ଷ୍ଟ୍ରୀଟ ଲାଇଟ ଗୁଡ଼ିକ କାର୍ଯ୍ୟକ୍ଷମ ନହେଲେ ପୌର କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ବହୁ ୱାର୍ଡରଵାସୀ ଚେତାବନି ଦେଇଛନ୍ତି ।

ADVERTISEMENT