ବ୍ଳକସ୍ତରୀୟ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

5

ହିଂଜିଳିକାଟୁ,୧୨/o୯(ଶେଷଦେବ ସାହୁ) : ହିଂଜିଳିକାଟୁ ପୌରାଂଚଳ ସରକାରୀ ବୃନ୍ଦାବନ ବିଦ୍ୟାପିଠ ପରିସରରେ ବୁଧବାର ଠାରୁ ଏକ ୪ ଦିନିଆ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟି ତ ପ୍ରଶିକ୍ଷଣ ଶିବିରକୁ ଗୋଷ୍ଟି ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଟାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଗୋଷ୍ଟି ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ଯୋଗଦେଇ ଆତ୍ମରକ୍ଷା ତାଲିମର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଉକ୍ତ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରରେ ପ୍ରତ୍ୟେକ ଉଚ୍ଚ ବିଦ୍ୟାଳୟରୁ ୯ମ ଶ୍ରେଣୀର ୨ଜଣ ଓ ୧୦ମ ଶ୍ରେଣୀର ୨ ଜଣ ଲେଖାଏଁ ସ୍ଥାନୀୟ ବ୍ଳକ ଓ ପୌରାଂଚଳର ମୋଟ ୧୫ ଟି ଉଚ୍ଚ ବିଦ୍ୟାଳୟରୁ ୬୦ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ପ୍ରଶିକ୍ଷିକା ଭାବେ ସନ୍ଧ୍ୟାରାଣୀ ସାହୁ, ହରପ୍ରିୟା ଗୌଡ଼, ସୁଧିନା ପାଣିଗ୍ରାହୀ ଓ ପୁଷ୍ପଲତା ନାୟକ ଯୋଗଦେଇ ଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟତ୍ରୀ ପ୍ରଞ୍ଜା ପରିମିତା ପାଣିଗ୍ରାହୀ ଓ ଶିକ୍ଷକ ଉପେନ୍ଦ୍ର କୁମାର ସାବତ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।

ADVERTISEMENT