ପୂର୍ବ ଶତୃତାକୁ କେନ୍ଦ୍ର କରି ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ : ପୂର୍ବତନ ସରପଞ୍ଚ ଗୁରୁତର

12

ହିଂଜିଳିକାଟୁ,୧୨/o୯(ଶେଷଦେବ ସାହୁ) : ହିଂଜିଳି ଥାନା ତଥା ଶେରଗଡ଼ ବ୍ଳକ ତହଁର ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ର କରି ବୁଧବାର ଭୋରରେ ପୂର୍ବତନ ସରପଞ୍ଚଙ୍କୁ କିଛି ଦୁବୃର୍ତ ଆକ୍ରମଣ କରିଛନ୍ତି । ଦୁବୃର୍ତଙ୍କ ଆକ୍ରମଣରେ ପୂର୍ବତନ ସରପଞ୍ଚ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଗୁରୁତର ଜଣକ ହିଂଜିଳି ଥାନା ତଥା ଶେରଗଡ଼ ବ୍ଳକ ତହଁର ଗ୍ରାମ ପଚାଂୟତର ପୂର୍ବତନ ସରପଞ୍ଚ ପଦ୍ମ ଚରଣ ପାଢି । ପୋଲିସ ସୁତ୍ରରୁ ପ୍ରକାଶ ଯେ, ତହଁର ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚ ପାଢି ସବୁଦନ ପରି ବୁଧବାର ଭୋର ପ୍ରାୟ ୩ ଟାରେ ଶୌଚ ସକାଶେ ଘର ବାରିପଟ ପାଇଖାନାକୁ ଯାଇଥିଲେ । ଉକ୍ତ ସମୟରେ ପୂର୍ବ ଯୋଜନା ମୁ୍ତାବକ ପାଢିଙ୍କ ଘରର ବାରିପଟ ପାଇଖାନା ନିକଟରେ ଦୁବୃର୍ତ ମାନେ ଛକି ରହିଥିଲେ । ପାଢି ଶୌଚ ସକାଶେ ପାଇଖାନା ନିକଟକୁ ଆସୁଥିବା ବେଳେ ଦୁବୃର୍ତ ମାନେ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଦୁବୃର୍ତଙ୍କ ଆକ୍ରମଣରେ ପୂର୍ବତନ ସରପଞ୍ଚ ପାଢି ଗୁରୁତର ଆହତ ହୋଇ ତଳେ ପଡ଼ି ଯାଇଥିଲେ । ପାଢିଙ୍କ ଚିତ୍କାର ଶୁଣି ତାଙ୍କ ସାନଭାଇ ତ୍ରିଲୋଚନ ଘଟଣା ସ୍ଥଳକୁ ଆସିବା ବେଳକୁ ଦୁର୍ବୃତ୍ତ ମାନେ ଦୁଇଟି ବାଇକ ନଂ- ଓଆର୦୭ଭି ୦୫୧୦ ଓ ଓଆର୦୨ ୧୬୧୯ ଯୋଗେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣା ସ୍ଥଳରୁ ରକ୍ତ ଜୁୂଡ଼ୁବୁଡ଼ୁ ଅବସ୍ଥାରେ ବଡ଼ଭାଇଙ୍କୁ ସାନଭାଇ ତ୍ରିଲୋଚନ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ଘଟଣା ନେଇ ପୂର୍ବତନ ସରପଞ୍ଚ ପାଢିଙ୍କ ପୁତୁରା ଅରୁଣ କୁମାର ପାଢି ହିଂଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତିରେ ନଂ – ୨୩୬/୧୯ ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ବ୍ୟବସାୟିକ ଏବଂ ପୂର୍ବ ଶତୃତାକୁ କେନ୍ଦ୍ର କରି ପୂର୍ବତନ ସରପଞ୍ଚ ପାଢିଙ୍କୁ ଦୁବୃର୍ତ ମାନେ ଆକ୍ରମଣ କରିଥିବା ଜଣାପଡ଼ିଛି ।

ADVERTISEMENT