ଇଡିରେ ହାଜର ହେଲେ ଡିକେ ଶିବକୁମାରଙ୍କର ଝିଅ

8

ନୂଆଦିଲ୍ଲୀ,୧୨/o୯(ରବି ଦାସ ) : ଆଜି ଇଡ଼ିରେ ହାଜର ହୋଇଛନ୍ତି କଂଗ୍ରେସ ନେତା ଡିକେ ଶିବକୁମାରଙ୍କର ଝିଅ ଐଶ୍ଵର୍ଯ୍ୟା। ବେଆଇନ ଅର୍ଥ କାରବାର ଅଭିଯୋଗରେ ଶିବକୁମାର ଏବେ ଇଡି ହାଜତରେ ଥିବାବେଳେ ଆଜି ତାଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କୁ ଇଡି ଜେରା କରୁଛି । ଶିବକୁମାରଙ୍କ ବେଆଇନ ଅର୍ଥ କାରବାର ସଂପର୍କରେ ତଦନ୍ତ କରିବାବେଳେ ଇଡି ଜାଣିବାକୁ ପାଇଥିଲା ଯେ ତାଙ୍କର ଏକ ଟ୍ରଷ୍ଟ ଅଛି ଓ ତାହାକୁ ଐଶ୍ୱର୍ଯ୍ୟା ପରିଚାଳନା କରୁଛନ୍ତି । ଏହି ଟ୍ରଷ୍ଟ ସଂପର୍କରେ ସବିଶେଷ ତଥ୍ୟ ହାସଲ କରିବା ପାଇଁ ଐଶ୍ୱର୍ଯ୍ୟାଙ୍କୁ ଡକାଯାଇଥିବା ଇଡି ପକ୍ଷରୁ କୁହାଯାଇଛି । ଡିକେ ଶିବକୁମାରଙ୍କୁ ୪ ଦିନ ଧରି ଜେରା କରିବା ପରେ ଗତ ୩ ତାରିଖ ଦିନ ଗିରଫ କରିଥିଲା ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ ବା ଇଡି । ତା ପର ଦିନ ଦିଲ୍ଲୀର ଏକ କୋର୍ଟ ତାଙ୍କୁ ୧୦ ଦିନ ପାଇଁ ଇଡି ରିମାଣ୍ଡକୁ ପଠାଇଦେଇଥିଲେ ।

ADVERTISEMENT