ବସ୍ ଦୁର୍ଘଟଣା ୬ ଜଣଙ୍କର ମୃତ୍ୟୁ ୧୦ ଜଣ ଗୁରୁତର

10

ବେଙ୍ଗାଲୁରୁ,୧୨/o୯(ଏଜେନସି ) : ବେଙ୍ଗାଲୁରୁ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ବସ୍ ଧକ୍କାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୦ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ପୁନେ-ବେଙ୍ଗାଲୁରୁ ଜାତୀୟ ରାଜପଥ ସତାରା ଛକରେ ଘଟିଛି ଦୁର୍ଘଟଣା । ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ବସ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣାଗ୍ରସ୍ତ ବସଟି ମୁମ୍ବାଇରୁ କର୍ଣ୍ଣାଟକ ଯାଉଥିଲା।

ADVERTISEMENT