କୁଇ କୁଳ ସମିତିର କ. ନୂଆଗାଁ ଥାନା ଘେରାଉ

38

କନ୍ଧମାଳ,୧୩/o୯(ବାଳକୃଷ୍ଣ ପାଢି ) : କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକର କୁଡୁତୁଲୀ ଆଶ୍ରମର ଶିକ୍ଷୟତ୍ରୀଙ୍କୁ ନିର୍ଯ୍ୟାତନାର ନ୍ୟାୟ ପାଇଁ କୁଇକୁଳ ସମିତି ତରଫରୁ କ. ନୂଆଗାଁ ଥାନା ଘେରାଉ କରାଯାଇଥିଲା । ଏହି ଘଟଣା ଆଜିକୁ ପ୍ରାୟ ପନ୍ଦର ଦିନ ହେବ ନିର୍ଯ୍ୟାତନା ଶିକ୍ଷୟତ୍ରୀ ଥାନାରେ ଏତଲା ଦେଇଥିଲେ କିନ୍ତୁ ଏହାର କିଛି ସୁଫଳ ମିଳି ନଥିଲା ଶିକ୍ଷୟତ୍ରୀ ସହି ନପାରି କୁଇ କୁଳ ସମିତିର ସଭାପତି ଶ୍ରୀ ଲମ୍ବୋଧର କହଁରଙ୍କୁ ଲିଖିତ ପ୍ରକାରେ ଅଭିଯୋଗ କରିଥିଲେ ।ଏହାର ପ୍ରତିବାଦରେ କୁଇ କୁଳ ସମନ୍ୱୟ କମିଟି ତରଫରୁ ଗହୁଁଙ୍ଗିଆ ଗ୍ରାମରୁ ଏକ ବିରାଟ ଶୋଭାଯାତ୍ରା କରାଯାଇ କ. ନୂଆଗାଁ ଥାନା ଘେରାଉ କରାଯାଇଥିଲା । ପ୍ରଧାନ ଶିକ୍ଷକ ସଦାଶିବ ବେହେରା ଓ ପିଟି ଶିକ୍ଷକ ସୁଶାନ୍ତ ବଳିୟାରସିଂ ଗିରଫ କରାଯାଉ ଦାବି କରି ନାରା ଦିଆଯାଇଥିଲା କିଛି ସମୟ ପରେ ସଭାପତି ଓ ଥାନା ଅଧିକାରୀଙ୍କ ବୁଝାମଣା ପରେ ଗିରଫ କରାଯିବ ବୋଲି ସୂଚନା ମିଳିଥିଲା ।

ADVERTISEMENT