ଜୀବନ ଯୁଦ୍ଧର ଅସଲ ଯୋଦ୍ଧା : ରକ୍ତଦାନ କରି ଉଦାହରଣ ପାଲଟିଲେ ୮ ଦିବ୍ୟାଙ୍ଗ

11

ଯାଜପୁର,୧୩/o୯(ଏଜେନସି ) : ଦୁର୍ଘଟଣାରେ କେହି ହାତ ହରାଇଛି ତ ଆଉ କେହି ୨ ଗୋଡ଼ ହରାଇ ବସିଛି। ହେଲେ ସେମାନେ ଡରିଯାଇ ଲଢ଼ିବା ଛାଡ଼ିନାହାନ୍ତି । ସଂଘର୍ଷ କରି ଜିଇବା ଶିଖିଛନ୍ତି। ଜୀବନ ଯୁଦ୍ଧରେ ଏମାନେ ହେଉଛନ୍ତି ଅସଲ ଯୋଦ୍ଧା। ଏଭଳି କିଛି ଯୋଦ୍ଧାଙ୍କୁ ଦେଖିବାକୁ ମିଳିଥିଲା ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଠାରେ ଜିଲ୍ଲା ଦିବ୍ୟାଙ୍ଗ କମିଟି ଓ ସମ୍ବାଦ- ଆମ ଓଡିଶା ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ। ପ୍ରବଳ ବର୍ଷା ସତ୍ତ୍ବେ ଶିବିରରୁ ମୋଟ ୨୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବେଳେ ସେ ମଧ୍ୟରେ ୮ଜଣ ଦିବ୍ୟାଙ୍ଗ ରକ୍ତଦାନ କରିଥିଲେ। ଉଲ୍ଲେଖନୀୟ ବିଷୟ ହେଉଛି ଶିବିରରୁ ରକ୍ତ ଦେବାକୁ ଆଗେଇ ଆସିଥିଲେ ପ୍ରାୟ ୨୫ ଜଣ ଦିବ୍ୟାଙ୍ଗ। ତେବେ ଡାକ୍ତରୀ ଦଳ ୮ଜଣଙ୍କୁ ଯୋଗ୍ୟ ଦର୍ଶାଇ ସ୍ବାସ୍ଥ୍ୟଗତ କାରଣରୁ ଅନ୍ୟମାନଙ୍କୁ ବାରଣ କରିଥିଲେ। ଦିବ୍ୟାଙ୍ଗଙ୍କ ଏଭଳି ସ୍ବେଚ୍ଛାକୃତ ରକ୍ତଦାନ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି।

ADVERTISEMENT