ଟାଇମ୍ସ ବିଶ୍ବ ବିଶ୍ବବିଦ୍ୟାଳୟ ରୢାଙ୍କିଙ୍ଗ ତାଲିକାରେ ଓଡ଼ିଶାର ୪ ଶିକ୍ଷାନୁଷ୍ଠାନ

9

ଭୁବନେଶ୍ବର,୧୩/o୯(କୁନା ପ୍ରଧାନ) : ଟାଇମ୍ସ ବିଶ୍ବ ବିଶ୍ବବିଦ୍ୟାଳୟ ରୢାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ବିଶ୍ବର ୧୩୯୬ ଶିକ୍ଷାନୁଷ୍ଠାନକୁ ନେଇ ପ୍ରକାଶିତ ଏହି ତାଲିକାରେ ‌ଭାରତର ୫୬ଟି ଶିକ୍ଷାନୁଷ୍ଠାନ ରହିଛନ୍ତି। ସେଥିରୁ ୩୬ଟି ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ ହଜାରେ ଭିତରେ ରହିଥିବା ବେଳେ ବାକି ୨୦ଟି ଶିକ୍ଷାନୁଷ୍ଠାନ ‘୧୦୦୧+’ ବର୍ଗରେ ରହିଛନ୍ତି। ଶ୍ରେଷ୍ଠ ହଜାରେ ଭିତରେ ଆଇଆଇଟି ଭୁବନେଶ୍ବର ଓ ଏନ୍‌ଆଇଟି ରାଉରକେଲା ସ୍ଥାନ ପାଇଛନ୍ତି । ଏହାବ୍ୟତୀତ ରାଜ୍ୟର ଦୁଇଟି ଘରୋଇ ଶିକ୍ଷାନୁଷ୍ଠାନ ସୋଆ ଓ କିଟ୍‌ ବିଶ୍ବବିଦ୍ୟାଳୟ ୧୦୦୧+ ତାଲିକାରେ ସ୍ଥାନ ପାଇଛନ୍ତି। ମୋଟ ଉପରେ ଓଡ଼ିଶାର ୪ଟି ଶିକ୍ଷାନୁଷ୍ଠାନ ଏହି ରୢାଙ୍କିଙ୍ଗ ତାଲିକାରେ ସ୍ଥାନ ହାସଲ କରିଛନ୍ତି। ଆଇଆଇଟି ଭୁବନେଶ୍ବର ଏଥର ମଧ୍ୟ ଉତ୍ତମ ପ୍ରଦର୍ଶନ କରି ୬୦୧-୮୦୦ ରୢାଙ୍କ୍‌ ମଧ୍ୟରେ ରହିଥିବାବେଳେ ଖଡ଼ଗପୁର ଆଇଆଇଟି ୪୦୧-୫୦୦ ରୢାଙ୍କ ମଧ୍ୟରେ ରହିଛି। ଦେଶରେ ନୂଆ କରି ପ୍ରତିଷ୍ଠା ହୋଇଥିବା ଆଇଆଇଟି ଓ ଏନ୍‌ଆଇଟିଗୁଡ଼ିକ ମଧ୍ୟରେ ଆଇଆଇଟି ଭୁବନେଶ୍ବର ଏହି ସଫଳତା ହାସଲ କରିପାରିଛି। ଏନ୍‌ଆଇଟି ରାଉରକେଲା ତାଲିକାର ୮୦୧-୧୦୦୦ ରୢାଙ୍କ୍‌ ମଧ୍ୟରେ ସ୍ଥାନ ପାଇଛି।

ADVERTISEMENT