ଗଣେଶ ମୂର୍ତ୍ତି ବିସର୍ଜନବେଳେ ବୁଡିଗଲା ଡଙ୍ଗା, ୧୧ ଜଣଙ୍କର ସଲିଳ ସମାଧି

12

ଭୋପାଳ ,୧୩/o୯(ଏଜେନସି ) : ମଧ୍ୟପ୍ରଦେଶରେ ଗଣେଶଙ୍କ ବିସର୍ଜନ ବେଳେ ଅଘଟଣ । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡଙ୍ଗା ବୁଡ଼ି ୧୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ପାଞ୍ଚ ଜଣ ନିଖୋଜ ଅଛନ୍ତି । ଭୋପାଳର ଖାଟଲାପୁର ଘାଟରେ ଏହି ଅଘଟଣ ଘଟିଛି । ମିଳିଥିବା ସୂଚନା ମୁତାବକ ଭୋପାଳର ଖାଟଲାପୁର ଘାଟକୁ ଭଗବାନ ଗଣେଶଙ୍କ ମୂର୍ତ୍ତି ବିସର୍ଜନ ପାଇଁ ନିଆଯାଇଥିଲା । ପୂଜା କମିଟିର ବହୁ ସଦସ୍ୟ ଡଙ୍ଗାରେ ବସି ବିସର୍ଜନ ପାଇଁ ହ୍ରଦ ଭିତରକୁ ଯାଇଥିଲେ । ଡଙ୍ଗାଟି ଛୋଟ ହୋଇଥିବାବେଳେ ମୂର୍ତ୍ତି ବିସର୍ଜନବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା । ଦୁର୍ଭାଗ୍ୟବଶତଃ ଯେଉଁମାନେ ମୁର୍ତ୍ତି ତଳେ ରହିଯାଇଥିଲେ ସେମାନେ ବାହାରି ପାରିନଥିଲେ ଓ ପାଣି ଭିତରେ ବୁଡିଯାଇଥିଲେ। ଖାଟଲାପୁର ଘାଟ ପାଖରେ ଭୋର ସାଢ଼େ ୪ଟାରେ ଏହି ଘଟଣା ଘଟିଛି । ଡଙ୍ଗାବୁଡ଼ିବା ନେଇ ସୂଚନା ପାଇ ମଧ୍ୟପ୍ରଦେଶ ଏସଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଜାରି ରଖିଛି । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ADVERTISEMENT