ଭାରତର ୧ ନମ୍ବର ଉବେର ଡ୍ରାଇଭର ହେଲେ ଓଡ଼ିଆ କିନ୍ନର !

13

ଭୁବନେଶ୍ୱର ,୧୩/o୯(କୁନା ପ୍ରଧାନ): ରାଣୀ ଜଣେ କିନ୍ନର ଉବେରରେ ଗାଡି ଚଳାଉଥିବାବେଳେ ସେ ଲୋକଙ୍କ ନଜରିଆ କିନ୍ନର ସମାଜ ପ୍ରତି ଯେଭଳି ଥାଉ ନା କାହିଁକି ରାଣୀଙ୍କ ଇଛାଶକ୍ତି ଓ ପ୍ରତିବଦ୍ଧତାକୁ ଭାଙ୍ଗି ଦେଇପାରିନଥିଲା । କିଛି ନୂଆ କରିବାର ଆକାଂକ୍ଷା ତାଙ୍କୁ ଆଜି ଏକ ଭିନ୍ନ ପରିଚୟ ଦେଇଛି । ନିଜ ଗାଡ଼ିରେ ବସୁଥିବା ଯାତ୍ରୀଙ୍କ ପ୍ରତି ଉତ୍ତମ ବ୍ୟବହାର ପାଇଁ ଏବେ ରାଜଧାନୀବାସିନ୍ଦାଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛନ୍ତି ରାଣୀ । ଭୁବନେଶ୍ୱରର ରାଜରାସ୍ତାରେ ରାଣୀଙ୍କ ଟ୍ୟାକ୍ସି ଗଡ଼ିବାବେଳେ ଉବେର ମାଧ୍ୟମରେ ଆସିଥାଏ ବହୁ ଲୋକଙ୍କ ଅର୍ଡର। ରାଣୀ କେବଳ ନାମ ନୁହେଁ ବରଂ ବାସ୍ତବ ଜୀବନରେ ସେ ଜଣେ ରାଣୀ ଓ ଉଦାରତାର ପରିଚୟ ଦେଇଥିଲେ । କେବଳ ଗାଡି ଚଳାଇ ଜାଣିଲେ ଜଣେ ସଫଳ ଡ୍ରାଇଭର ହୋଇପାରେନା ବରଂ ଯାତ୍ରୀଙ୍କ ପ୍ରତି ଭଲ ବ୍ୟବହାର ବି ଗୁରୁତ୍ୱ ରଖିଥାଏ । ଯେଉଁଥିପାଇଁ ଏଭଳି ସଫଳତା ପାଇଛନ୍ତି ।

ADVERTISEMENT