ପାକିସ୍ତାନ-ଅଧିକୃତ କଶ୍ମୀର (ପିଓକେ): ପିଓକେ ପାଇଁ ପ୍ରସ୍ତୁତ

31

ନୂଆଦିଲ୍ଲୀ ,୧୩/o୯(ରବି ଦାସ ) : ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ-ଅଧିକୃତ କଶ୍ମୀର (ପିଓକେ)କୁ ଭାରତକୁ ଫେରାଇ ଆଣିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଏଥିଲାଗି ଭାରତୀୟ ସେନା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇରହିଛି। ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ। ସରକାରଙ୍କ ନିଷ୍ପତ୍ତି ମିଳିବା ମାତ୍ରେ ପାକିସ୍ତାନ ପଞ୍ଝାରୁ ପିଓକେକୁ ଛଡ଼ାଇଅଣାଯିବ ବୋଲି ଗୁରୁବାର ସ୍ଥଳ ସେନାମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ବତ୍‌ ସ୍ପଷ୍ଟ କରିଛନ୍ତି। ଫଳରେ ପିଓକେ ହାତରୁ ଖସିଯିବା ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଭୟ ଓ ଆଶଙ୍କା ଏବେ ଦୃଢ଼ୀଭୂତ ହେବାରେ ଲାଗିଛି । ପିଓକେକୁ ଫେରାଇଆଣି ଭାରତର ଅଂଶ ଭାବେ ମାନଚିତ୍ରରେ ସ୍ଥାନିତ କରିବା କେନ୍ଦ୍ର ସରକାରଙ୍କ ପରବର୍ତ୍ତୀ କାର୍ଯ୍ୟସୂଚୀ ବୋଲି ବୁଧବାର ମୋଦି ସରକାରଙ୍କ ୧୦୦ ଦିନର ସଫଳତା ନେଇ ଗଣମାଧ୍ୟମକୁ ଅବଗତ କରାଇବାବେଳେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଥିଲେ।

ADVERTISEMENT