ଜମ୍ମୁ-କଶ୍ମୀରରେ ୩ ଜୈଶ୍‌ ଆତଙ୍କବାଦୀ ଗିରଫ

7

ଜମ୍ମୁ ,୧୩/o୯(ଏଜେନସି ): ଏକ କାର୍ଡବୋର୍ଡ ବୋଝେଇ ଟ୍ରକ୍‌ରେ ବିପୁଳ ଅସ୍ତ୍ରଶସ୍ତ୍ର ନେଇ ଯାଉଥିବାବେଳେ ଜମ୍ମୁ-କଶ୍ମୀରର କଠୁଆ ଜିଲାରେ ଗୁରୁବାର ୩ ଜୈଶ୍‌ ଆତଙ୍କବାଦୀ ଧରାପଡ଼ିଛନ୍ତି। ସକାଳ ୮ଟାରେ ଜମ୍ମୁ-ପଠାକୋଟ ଜାତୀୟ ରାଜପଥରେ ଯାଞ୍ଚବେଳେ ସେମାନଙ୍କୁ ଗିରଫ କରାଯାଇଛି। ଏହାସହ ଆତଙ୍କବାଦୀଙ୍କ ଏକ ବଡ଼ଧରଣର ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଥିବା ପୋଲିସ କହିଛି। ଗିରଫ ଉବୈଦ୍‌-ଉଲ୍‌-ଇସ୍‌ଲାମ ପୁଲଓ୍ବାମାର ରାଜପୋରା ଅଞ୍ଚଳର ହୋଇଥିବାବେଳେ ଜହଁାଗିର ଅହମ୍ମଦ ପରାୟ ବଡ଼ଗାମର ପୋଖେରପୋରା ଅଞ୍ଚଳର। ସେହିପରି ସବିଲ ଅହମ୍ମଦ ବାବା ହେଉଛନ୍ତି ପୁଲଓ୍ବାମାର ଅଘଲାର କାଣ୍ଡି ନିବାସୀ। ସେମାନେ ଉପତ୍ୟକାରେ ଆକ୍ରମଣ କରି ଅସ୍ଥିରତା ସୃଷ୍ଟି ପାଇଁ ପଞ୍ଜାବର ବାମ୍‌ୟାଲରୁ ଅସ୍ତ୍ରନେଇ ଫେରୁଥିଲେ। ଉକ୍ତ ଟ୍ରକ୍‌ରୁ ୪ଟି ଏକେ-୫୬ ଓ ଦୁଇଟି ଏକେ-୪୭ ରାଇଫଲ ସହ ଗୁଳିଗୋଳା ଏବଂ ୧୧ ହଜାର ଟଙ୍କା ଜବତ ହୋଇଛି।

ADVERTISEMENT