ପ୍ରାକ୍ତନ ବିଧାୟକଙ୍କ ଧର୍ମପତ୍ନିଙ୍କ ବିୟୋଗ

15

ହିଂଜିଳିକାଟୁ,୧୩/o୯ (ଶେଷଦେବ ସାହୁ): ହିଂଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ହରିହର ସାହୁଙ୍କ ଧର୍ମପତ୍ନି ପଦ୍ମାବତି ସାହୁ(୬୮)ଙ୍କ ଗୁରୁବାର ପୂର୍ବାହ୍ନରେ ପରଲୋକ ଘଟିଛି । ସେ ଗତ କିଛି ଦିନ ଧରି କାମଳ ରୋଗରେ ପିଡ଼ିତ ଥାଇ ଭୂବନେଶ୍ୱର ସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସ୍ୱର୍ଗତା ସାହୁ ଜଣେ ଧର୍ମ ପରାୟଣା, ମେଳାପୀ ମହିଳା ଭାବେ ଅଂଚଳରେ ଜଣାଶୁଣା ଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ସ୍ୱାମୀ ହରିହର ସାହୁ, ଏକମାତ୍ର ଝିଅ ମିନତି ସାହୁ, ଜ୍ୱାଇଁ ଅମର ସାହୁଙ୍କ ସମେତ ପରିବାର ବର୍ଗ ଉପସ୍ଥିତ ଥିଲେ । ଗୁରୁବାର ସନ୍ଧ୍ୟାରେ ପୁରୀ ସ୍ୱର୍ଗଦ୍ୱାର ଠାରେ ସ୍ୱର୍ଗତା ସାହୁଙ୍କ ଅନ୍ତିମ ସଂସ୍କାର କରାଯାଇଛି । ସ୍ୱର୍ଗତା ସାହୁଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

ADVERTISEMENT