ଦିନ ୧୨ଟା ପର୍ଯ୍ୟନ୍ତ ସରକାରୀ ବାବୁ ମାନଙ୍କର ସିଟ ଖାଲି

10

ବୈପାରିଗୁଡା,୧୩/o୯(ଏଜେନସି) : ବୈପାରିଗୁଡା ବ୍ଲକ କାର୍ଯ୍ୟାଳୟରେ ବାରମ୍ବାର କର୍ମଚାରୀ ଅନୁପସ୍ଥିତ ରହୁଥିବା ଦେଖିବାକୁ ମିଳୁଛି । ଏହା ଫଳରେ ହିତାଧିକାରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଛି । କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଳକ ଛତିଶଗଡ଼ ସୀମାନ୍ତ ହୋଇଥିବାରୁ ଏହି ବ୍ଲକ ଉପରେ ଉଚ୍ଚ ପଦସ୍ତ ଅଧିକାରୀ ଦୃଷ୍ଟି ଦେଉନଥିବାରୁ କର୍ମଚାରୀମାନେ ନିଜସ୍ଵ ଇଚ୍ଛାରେ ଅଫିସରେ ପହଞ୍ଚୁଥିବା ସାଧାରଣରେ ଆଲୋଚନା ହେଉଛି । ୩୦କିମି ଦୂର ଚିପାକୁର, ଦଣ୍ଡାବାଡି ପଞ୍ଚାୟତରୁ ହିତାଧିକାରୀ ଆସି କାମଗୁଡ଼ିକ କରି ନ ପାରି ନିରାଶ ହୋଇ ଘରକୁ ଫେରୁଥିବା ଦେଖିବାକୁ ମିଳୁଛି । ବ୍ଳକ ଅଫିସ ଯିବାରେ ଦେଖା ଗଲା ଯେ,କେସିଅର ଦେବେନ୍ଦ୍ର ପତି ଏବଂ ସେକସନ ଅଫିସର ରାଜେନ୍ଦ୍ର ପ୍ରସାଦ ଦାସ ଦିନ ୧୨ଟା ପର୍ଯ୍ୟନ୍ତ ବି ଅଫିସରେ ପହଞ୍ଚି ପାରି ନ ଥିଲେ ଯାହା ଫଳରେ କି ସିଟ ଖାଲି ପଡିଥିବା ଦେଖିବାକୁ ମିଳିଛି । ଏ ଦିଗରେ ତୁରନ୍ତ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ADVERTISEMENT